STORYMIRROR

pratap nayak

Others

3  

pratap nayak

Others

ସଞ୍ଜ

ସଞ୍ଜ

1 min
14.5K


ନାଲି ନାଲି ମୁରୁଜରେ

ଗାଧୋଉଛି ପଶ୍ଚିମ ଆକାଶ

ଢେଉ ଢେଉ ସ୍ୱପ୍ନିଳ ବଉଦ

ଆଂକେ କେତେ ଝୋଟି

ଭସେଇ ଭସେଇ ମୃଦୁ ମଳୟରେ

ପୂର୍ବେଇ ନୀଡମୁଖୀ ପକ୍ଷୀ

ଧାଡି ବାନ୍ଧି ସର୍ଜନା କରନ୍ତି

ନାନାବିଧ ଚିତ୍ର

ଯାହାର ବେଷ୍ଟନୀ ବଦଳେ ବାରବାର

ବାଲି ଚିତ୍ର ପରି

ଗୋଠ ଫେରେ ଗୋଧୂଳି ଲଗନେ

ଧୂଆଁଳିଆ କୁଣ୍ଡଳିର ତଳେ

ହମା ରଡି ଚିହ୍ନାଏ କଅଁଳା ଶାବକ

ପେଟଭର୍ତ୍ତି ମା ମନ ହୁଏ ଉତଫୁଲିତ

ହଳ ଫିଟାଇ କୃଷକ

କାନ୍ଧେ ଧରି ଲଂଗଳ ଜୁଆଳି

ଗାର କରି ଫେରେ ଖୁସି ମନେ

ତର ତର ହେଇ ଅସଜ ମା ମୋର

ନଇରୁ ଆସେ କାଖେ କୁମ୍ଭ ଧରି

ନହେଲେ ଚାଲିଯିବେ ମା କୋଳେ

ସେହି ବୃନ୍ଦା ବତୀ ନପାଇ ସଂଜ ଆଳତି

ଉର୍ଦ୍ଧ୍ୱଶ୍ୱାସ ହୁଏ କ୍ଷୀଣ ଘରେ

ରୁଣୁଝୁଣୁ ପାଦ ଘୁରିବୁଲେ

ଯେତେ ଘର ସେତେ କବାଟବନ୍ଧରେ

ଥୁଆ ହୁଏ ସଂଜବତୀ ଅତି ସନ୍ତର୍ପଣ

ମନ୍ଦିର ବେଢାରୁ ଭାସି ଆସେ ଘଣ୍ଟ ଘଣ୍ଟା ଧ୍ୱନି

ମହକେଇ ଝୁଣା ଓ କର୍ପୂର

ଠାକୁର ଘରୁ ଭାସି ଆସେ ପ୍ରାର୍ଥନା ଆମରି

ଏହି ପରି ନିଇତି ସଂଜ ଆସିଯାଏ….


विषय का मूल्यांकन करें
लॉग इन