STORYMIRROR

Bijaya Kumar Swain

Others Children

3  

Bijaya Kumar Swain

Others Children

ସଞ୍ଜ ଯେବେ ନଇଁ ଆସେ

ସଞ୍ଜ ଯେବେ ନଇଁ ଆସେ

1 min
219


ସଞ୍ଜ ଯେବେ ନଇଁ ଆସେ

  ମୋ ଗାଁ ତାଳ ବଣେ

ନାଲିଆ ମୁରୁଜ ବୁଣି

  ଚାଲି ଯାନ୍ତି ସୁରୂଜ ଯେ

ଭାଲେରି ପାହାଡ଼ କୋଣେ।


ଶ୍ରମ କ୍ଳାନ୍ତ ଶ୍ରମିକ ବା

 ଚାଷୀ ଭାଇ ଆମ

ବାହୁଡ଼ନ୍ତି ନିଜ ବାସେ

  ଭୁଲିବାକୁ ଶ୍ରମ।


ପକ୍ଷୀ ଏ ଫେରନ୍ତି

  ନୀଡ଼ କୁ ତାଙ୍କର

ଆହାର ପାଇ ଶିଶୁଏ

  ଆନନ୍ଦ ବିଭୋର।


ଆହା କେଡ଼େ ମନଲୋଭା

  ଗାଁ ଦାଣ୍ଡ ଦୃଶ୍ୟ

ଗୋ ଧୂଳି ଲଗନ୍ ଶୋଭା

 ମନେ ଆଣେ ହର୍ଷ।


ନବ ବଧୁ ଭକତି ରେ

 ଚଉରା ପାଖ ରେ

ସଞ୍ଜବତି ଜଳି ଦିଏ

  ଭକତି ଅନ୍ତ ରେ।


ଭାଗବତ ଗାଦି ଘରେ

  ନରି ଜେଜେ ବସି

ନବାକ୍ଷରୀ ଭାଗବତ 

  ପଢ଼ୁଥାନ୍ତି ହସି।


ସଞ୍ଜ ରେ ଗାଁ ମନ୍ଦି ରୁ

  ଶୁଭେ କୋଳାହଳ

ହୁଳହୁଳି ହରିବୋଲ ଶଦ୍ଦେ

   ଦେଉଳ ଚଞ୍ଚଳ।


ଆମ ଗାଁ ସଞ୍ଜ ବେଳ

  ଅଭୁଲା ମୋ ପାଇଁ

ଭୁଲିବିନି ନ ଭୁଲିବି

  ଯେତେଦିନ ଥିବି ଜୀଇଁ।



Rate this content
Log in