STORYMIRROR

Santosh Pattnayak

Others

3  

Santosh Pattnayak

Others

ସଞ୍ଜ ଆସେ ନଇଁ ନଇଁ

ସଞ୍ଜ ଆସେ ନଇଁ ନଇଁ

1 min
11.5K

ଅନାର୍ଯ୍ୟଙ୍କ ହସ୍ତେ ଶୌର୍ଯ୍ୟର ଲଗାମ 

    କାଳ ଆର୍ଯ୍ୟଭୂମି ପାଇଁ

ଶିଷ୍ଟାଚାର ଖୋଳେ ଭ୍ରଷ୍ଟାଚାର ବୁଲେ

     ଧୃଷ୍ଟତାର ସୀମା ଡେଇଁ 

    ସଂସ୍କାର ସାଧନ ନେଇ

ବ୍ୟଭିଚାରୀଙ୍କର ପ୍ରବଚନ ସୁରେ 

    ସଞ୍ଜ ଆସେ ନଇଁ ନଇଁ


ଓଡିଆର ସ୍ବାର୍ଦ୍ଧା ମଳିନ ହେଇଛି 

   ପଡି ପାଶ୍ଚାତ୍ୟର ଛାଇ 

ଭଗ୍ନ କୋଣାରକ ଦମ୍ଭେ ବିଦ୍ୟମାନ 

    ଅତୀତ ଗାଥାକୁ ଗାଇ 

  ମାତୃଭାଷା ମୋହ ନେଇ 

ନୂତନ ସକାଳ ଆଶାର ଆଲୋକେ

   ସଞ୍ଜ ଆସେ ନଇଁ ନଇଁ


ରାଜନୀତି ଫାଶେ ଗ୍ରାମୀଣ ବିକାଶ 

   ନିଶାର ଆସର ନେଇ 

ବଦଳି ଯାଇଛି ରୂପରେଖ କେତେ 

     ଅତୀତର ବାସ୍ନା ନାଇଁ 

     ସଂସ୍କୃତିର ରକ୍ଷା ପାଇଁ 

ଆଶାର କିରଣ ବିଛୁରିତ କରି 

    ସଞ୍ଜ ଆସେ ନଇଁ ନଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍