ସଞ୍ଜ ଆସେ ନଇଁ ନଇଁ
ସଞ୍ଜ ଆସେ ନଇଁ ନଇଁ
ସଞ୍ଜ ଆସେ ନଇଁ ନଇଁ ଲୋ ବଉଳ
ସଞ୍ଜ ଆସେ ନଇଁ ନଇଁ ।
ଦୂର ଦିଗବଳୟେ ତପନ ଲୋ ବଉଳ
ନିଜକୁ ଦେଲେ ଲୁଚାଇ ।।
ନୀଡ଼ ଲେଉଟାଣି ବେଳ ଲୋ ବଉଳ
ଚଞ୍ଚଳତା ଭରି ପ୍ରାଣେ ।
କୋଳାହଳପୂର୍ଣ୍ଣ ରାସ୍ତାଘାଟ ଲୋ ବଉଳ
କ୍ଷିପ୍ରବେଗେ ପାଦ ଚଳେ ।।
ଦେଉଳୁ ଶୁଭଇ ଘଣ୍ଟଘଣ୍ଟା ଲୋ ବଉଳ
ଭକ୍ତି ଭରି ସର୍ଵ ପିଣ୍ଡେ ।
ବଛାଘେନି ଧେନୁ ଲେଉଟନ୍ତି ଲୋ ବଉଳ
ଧୂଳି ଉଡାଇଁଣ ଦାଣ୍ଡେ ।।
ନିଶିକୋଳେ ଲୋଟଇ ସଞ୍ଜ ଲୋ ବଉଳ
ଦିନ ଅବସାନ ହୁଏ ।
ଯାମିନୀ ନିଶା ବଢିବଢ଼ି ଯାଏ ଲୋ ବଉଳ
ନିଦ୍ରାତ କୋଳେଇ ନିଏ ।।
କ୍ଷିତିରେବିରାଜେ ଘୋର ନିଶବ୍ଦତା ଲୋ ବଉଳ
ସମୟ କି ଥମି ଯାଏ ।
ନବପ୍ରଭାତର ଶୀତଳ କିରଣ ଲୋ ବଉଳ
ସଜଉନ୍ମାଦନା ଭରି ଥାଏ ।।
