STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ସଞ୍ଚୟ

ସଞ୍ଚୟ

1 min
11.8K

ଜୀବନଧାରଣ ପାଇଁ ଜୀବିକା ଜରୁରୀ

ଭବିଷ୍ୟତ ସୁରକ୍ଷାକୁ ସଞ୍ଚୟ ଯେ କରି

ସଞ୍ଚିତ ଅର୍ଥ କରେ ଯେ ଅସମୟେ ରକ୍ଷା

ସଞ୍ଚୟ କରି ପରିବାରକୁ ଦେବା ତ ସୁରକ୍ଷା।


ସଞ୍ଚୟ କର ନିଶ୍ଚୟ ଆବଶ୍ୟକ ଯାହା

ଏପରି ନ ହେଉ ଯେ କାର ହେଉ ଅସୁବିଧା

ଅନ୍ୟକୁ ଦେଇଣ କଷ୍ଟ ଅର୍ଥ ବଞ୍ଚାଇଲେ

ବିନିଯୋଗ ହୁଏ ନାହିଁ ସେପରି ଧନରେ


ଧନ ଉପାର୍ଜନ ସହ ସଞ୍ଚୟ ଯେପରି

ଧର୍ମ ଆଚରଣ କରି ସଞ୍ଚିଵା ସେପରି

ଧର୍ମ ଧନ ଉପାର୍ଜନ ପର ଉପକାର

ଦୁଃଖ ମୋଚନ ପ୍ରୟାସକରିବା ଅନ୍ୟର


ସଞ୍ଚିତ ଅର୍ଥ ଯେପରି ସାହା ଅବେଳରେ

ଧର୍ମ ଧନ ଲୋଡା ପ୍ରାଣୀ ମୃତ୍ୟୁ ସମୟରେ।

ଅଳୀକ ସଂସାର ମଧ୍ୟେ କ୍ଷଣିକ ଆୟୁଷ,

ମୃତ୍ୟୁ ପରେ ଯାହା ଖାଲି ରହି ଥାଏ ଯଶ


ଯଶ ଅରଜିବା କରି ମାନବର ସେବା

ମାନବ ସେବାର ତୁଲ୍ୟ ମାଧବର ସେବା।

ଧର୍ମ ନୁହେଁ ନାନା ମତେ ମୂର୍ତ୍ତିକୁ ପୂଜିଲେ 

ଚଉବର୍ଗ ପ୍ରାପତ ଯେ ଦୁଃଖୀ ସେବା କଲେ।



Rate this content
Log in