STORYMIRROR

Sahadev Behera

Others

4  

Sahadev Behera

Others

ସଞ୍ଚୟ

ସଞ୍ଚୟ

1 min
259


ବାଲ୍ଯକାଳୁ ଧନ ଧର୍ମ ମୁଁ ସଞ୍ଚିବି

ଏ କଥାକୁ ରଖି ପଣ

ବିପଦ ପଡିଲେ ଧନ ଧର୍ମ ଥିଲେ

ନେବ ନାହିଁ ଜନ୍ତୁ ରାଣ ll


ଧନ ଥିଲେ ମିଳେ ସୁବିଧା ସୁଯୋଗ 

ଅସୁବିଧା ହୁଏ ଦୂର 

ପାଶେ ଥିଲେ ଧନ ବନ୍ଧୁ ତ ମିଳନ୍ତି 

ନ ଭାବନ୍ତି କେହି ପର ll


ଧର୍ମ ନଷ୍ଟ ହୁଏ ଅଭାବେ ରହିଲେ 

ଅଳସେ ଗରିବ ପଣ

ସତ ଶାନ୍ତି ଦୟା କ୍ଷମା ଆଚରିଲେ 

ସେଇତ ମହତ ପଣ ll


ଅଯଥା ଖରଚ ଯେ କରଇ ଧନ

ଅଭାବ ଘୋଡାଏ ତାକୁ 

ଅଳ୍ପ ଅଳ୍ପ ଧନ ସଞ୍ଚି ରଖିଥିଲେ 

ସାହା ହୁଏ ବିପଦକୁ ll


ଆଜିଠାରୁ ନେବା ସଭିଏଁ ଶପଥ 

ରଖିବା ସଂଞ୍ଚୟ କରି 

ଧନ ମାନ ଯଶ ଏକକୁ ଆରେକ 

କେହି ନୁହେଁ ତାର ସରି ll



Rate this content
Log in