STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ସନ୍ଥ କବି ସ୍ମରଣେ

ସନ୍ଥ କବି ସ୍ମରଣେ

1 min
500

ଜଗନ୍ନାଥଙ୍କର ଚନ୍ଦନ ଯାତରା ନରେନ୍ଦ୍ରରେ ଚାପକେଳି

ମଦନମୋହନ ଚଳନ୍ତି ପ୍ରତିମା ଗ୍ରୀଷ୍ମ ସନ୍ତାପକୁ ଭୁଲି ।

ତଥାଗତ କାରୁଣିକ ଜନ୍ମ ସିଦ୍ଧି ଲାଭ ମୋକ୍ଷ ପ୍ରାପ୍ତି

ହିନ୍ଦୁ ଧରମର ମହାନ ସଂସ୍କୃତି ମହାନ ଏପରି ତିଥି ।

ପବିତ୍ର ବଉଧ ପୂର୍ଣିମା ତିଥିରେ ରେଢାଖୋଲ ଠାରେ ଜନ୍ମ

ଅନ୍ଧ କନ୍ଧ ପୁଣି ଦୀନ ପ୍ରପୀଡିତ ଗାଇ ଚରାଇବା କର୍ମ ।

ଦୃଢ ମନୋବଳ ଇଛା ଶକ୍ତି ଆଗେ ପ୍ରତିକୂଳ ପରିସ୍ଥିତି

ପରାଜୟ ବରେ ଉଦାହରଣ ତା ଦେଲେ ନିଜ ପରିଚିତି ।

ମହିମା ଗୋସାଇଁ ଶରଣରେ ଯାଇ ଖ୍ୟାତ ହେଲେ ସନ୍ଥ କବି

ନିରାକାର ବ୍ରହ୍ମ ପୂଜାରୀ ସାଜିଲେ ହୋଇଲେସେ କବି ରବି ।

ଜାତିସଂଘ କାନ୍ଥେ ଓଡିଆ କବିର ବାଣୀ ସ୍ୱର୍ଣାକ୍ଷରେ ଲେଖା

ଯାବତ ଚନ୍ଦ୍ରାର୍କେ ମନେ ପଡୁଥିବ ଯାଉଥିବ ସେହି ଦେଖା ।

'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।'

ଜନ ସେବା ପାଇଁ ଜୀବନ ଉତ୍ସର୍ଗ ଏପରି ମହତ ବାଣୀ

କେହି କହିନାହିଁ କହିବ ନାହିଁଟି ପୁନଃ ସ୍ତୁତି ଚିନ୍ତାମଣି ।

ଗରବିତ ଆମେ ଓଡିଆ ସକଳ ସନ୍ଥ କବିଙ୍କ ଦାୟାଦ

ପାଦରେ ପ୍ରଣମୁ ଦିଅ ସନ୍ଥ କବି ଭୀମ ଭୋଇ ଆଶୀର୍ବାଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍