STORYMIRROR

Mrunmayee Behera

Others

4  

Mrunmayee Behera

Others

ସନ୍ତାନ

ସନ୍ତାନ

1 min
259

ପିତା ମାତାଙ୍କର ସର୍ବଶ୍ରେଷ୍ଠ ଦାନ

କୁଳର ମର୍ଯ୍ୟାଦା କରେ ସେ ବର୍ଦ୍ଧନ ।।


ପିତୃଋଣ କରିବାକୁ ପରିଶୋଧ 

ସନ୍ତାନର ପ୍ରେମ ଅମାପ ଅଗାଧ ।।


ଜନକ ଜନନୀ ଚରଣେ ଜୀବନ 

ଅର୍ପଣ ଯେ କରେ ଉତ୍ତମ ସନ୍ତାନ ।।


ପିତା ମାତା ସେବା କରେ ଆଜୀବନ 

ବୃଦ୍ଧ କାଳେ ହୁଏ ଯଷ୍ଟି ର ସମାନ ।।


କୁପୁତ୍ର ନ ହେବା ସନ୍ତାନର ଧର୍ମ  

ସମାଜର ଲାଗି ସେ ସର୍ବୋତ୍ତମ ।।


କୂଳରେ ପ୍ରଦୀପ ମାଆ ନେତ୍ର ଜ୍ୟୋତି 

ପିତା ହୃଦୟରେ ସ୍ପନ୍ଦନର ଗତି ।।


ସନ୍ତାନ ନ ହେଉ ସ୍ଵାର୍ଥର ଆଶ୍ରିତ 

ଜନ୍ମଦାତା ପାଇଁ ଚିନ୍ତୁ ଅବିରତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍