ସଂସ୍କାରେ ରହୁ ସନ୍ତୋଷ ମନ
ସଂସ୍କାରେ ରହୁ ସନ୍ତୋଷ ମନ
1 min
23.2K
ହଳଦୀ କାଠୁଆ ସାତ ସପନ
ସଭିଙ୍କ ଆଦର ଝୀନ ବସନ
ତୁଠ ପଥରରେ ଶିଉଳି ବନ
ପାଶ୍ଚାତ୍ୟ ଶିକ୍ଷାରେ ରେବତୀ ମନ ||
ସହରୀ ମୋହରେ ପଲ୍ଲୀ ଜୀବନ
ମଦରେ ରସିଛି ଯୁବକ ମନ
ପେଣ୍ଟେଡ଼ ମେଡ଼ିସିନ୍ କରୁନି କାମ
ଦୁଃଖେ ଥିବେ ନିଶ୍ଚେ ବ୍ୟାସ ମୋହନ ||
ସଙ୍ଗରୋଧେ ଅଛି ରଜ ଏସନ
ମହାମାରୀ ଗ୍ରାସେ ଜନ ଜୀବନ
ଅସ୍ଥିର ହେଉଛି ଗରିବ ମନ
ଲୁଟିଖିଆଙ୍କର ଜନମ ଦିନ ||
ସ୍ବର୍ଣ୍ଣିମ ମୂହୁର୍ତ୍ତ ସଂସ୍କୃତି ଆମ
ଓଡ଼ିଆଙ୍କ ପ୍ରଥା ଭୂ-ଦେବୀ ସ୍ନାନ
ରଜସ୍ବାଳା ପୃଥ୍ବୀ ବିଭୁଙ୍କ ଦାନ
ବସୁନ୍ଧରା ବକ୍ଷେ ନବ ଜୀବନ ||
ପରମ୍ପରା ସାଥେ ଉତ୍କଳୀ ମନ
ଅକ୍ଷୟ ରହୁ ସେ' ଶ୍ରଦ୍ଧା ସୁମନ
କୃପାରଖ ପ୍ରଭୁ ନନ୍ଦନନ୍ଦନ
ସଂସ୍କାରରେ ରହୁ ସନ୍ତୋଷ ମନ ||