STORYMIRROR

Sudhanjali Mishra

Others

3  

Sudhanjali Mishra

Others

ସଂସ୍କାର

ସଂସ୍କାର

1 min
228


ତୋର ଘରେ ଆଉ ମୋର ସ୍ଥାନ ନାହିଁ

ଜରାଶ୍ରମ ମୋର ଘର

ମୋ କର୍ତ୍ତବ୍ୟେ କେବେ କରି ନାହିଁ ହେଳା

କେମିତି ହେଲୁ ତୁ ନିଷ୍ଠୁର ?

ବୁଝାଇ ସୁଝାଇ ବିଦ୍ୟାଳୟେ ତୋତେ

ଛାଡୁଥିଲି ପଢିବାକୁ

ସେହି ଋଣ ଏବେ ସୁଝୁଛୁକି ବାବୁ

ଛାଡି ଜରା ଆଶ୍ରମକୁ ।

ପିତାମାତା ତାଙ୍କ କର୍ତ୍ତବ୍ୟ କରନ୍ତି

ନ ହୋଇ ବିମୁଖ କେବେ

ବଡ଼ହୋଇ ପୁଅ କର୍ତ୍ତବ୍ୟ କରଇ

ଛାଡି ଜରାଶ୍ରମ ଏବେ ।

ପିତାମାତା ସେବା ପୁଅର କର୍ତ୍ତବ୍ୟ

ଦୃଷ୍ଟାନ୍ତ ଶ୍ରବଣ କୁମାର

ଆଜିକାର ପୁଅ କଂସ ଦୁଃଶାସନ

ବଦଳି ଗଲାଣି ସଂସ୍କାର ।

        


Rate this content
Log in