STORYMIRROR

Mr.GAGAN BIHARI NAYAK

Others

2  

Mr.GAGAN BIHARI NAYAK

Others

ସଂସଦ ମନ୍ଦିର ପବିତ୍ର ଗ୍ରନ୍ଥ

ସଂସଦ ମନ୍ଦିର ପବିତ୍ର ଗ୍ରନ୍ଥ

1 min
143




ସଂସଦ ମନ୍ଦିର ମହାଗ୍ରନ୍ଥାବଳୀ

    ଭାରତର ସମ୍ବିଧାନ ।

ଉଣେଇଶ ଅଣଚାଶ ନଭେମ୍ବର

  ଛବିଶ ତାରିଖେ ଜନ୍ମ ॥୦॥


ଧନ୍ଯ ଶିଳ୍ପକାର କଲେ ଉପକାର

   ଏକାଗ୍ରତା ତପୋନିଷ୍ଠ ।

ଏକାନ୍ତେଏକାକୀ ବସି ରଚିଲେ ସେ,

  ବିଶ୍ବ ଇତିହାସେ ଶ୍ରେଷ୍ଠ ॥୧॥


ନିଜଦେଶ ଗ୍ରନ୍ଥ ନିଜେ ଲେଖିବାକୁ

   ବିଶ୍ବକହେ ଧନ୍ଯ ଧନ୍ଯ ।

ରକ୍ଷାକବଚ ସେ ଦେଶ ହିତେ ସଦା

  ଭାରତ ଅନୁଶାସନ ॥୨॥


 ଦି'ବର୍ଷ ଏଗାର ମାସ ଅଠର ଦିନ

   ଦିବସ ରଜନୀ ଲାଗି ।

ଲେଖିଲ ଦେଶର ସମ୍ବିଧାନକୁ

   ସବୁରି ସ୍ବାର୍ଥକୁ ଭାବି ॥୩॥


ଯେଉଁଦେଶେ ଜାତିଗତ ଭେଦାଭାବ

   ସଂପ୍ରଦାୟ ଭାଗ ଭାଗ ।

ଗୋଟିଏ ଗ୍ରନ୍ଥର ମହାମନ୍ତ୍ର ଦିଏ   

  ଶାନ୍ତି ମୈତ୍ରି ପ୍ରୀତି ଭାବ ॥୪॥


ରାଷ୍ଟ୍ରପତି ଆଉ ପ୍ରଧାନ ମନ୍ତ୍ରୀଙ୍କ

ଅର୍ପଣ କଲେ ହସ୍ତେ ।

ସର୍ଦ୍ଦାର ପଟେଲ ପ୍ରସଂଶିତ କଲେ

  ମୌଲାନା ଉପସ୍ଥିତେ॥୫॥


ଲେଖିଲେ ଦେଶର ମହାନ ଗ୍ରନ୍ଥକୁ

   ବା' ବା'ଆମ୍ବେଦକର ।

ପ୍ରଜ୍ଞାଶୀଳବାନ ପ୍ରବୁଦ୍ଧ ନିପୂଣ

  ସଂବିଧାନ ଶିଳ୍ପକାର ॥୬॥


ଜ୍ଞାନର ପ୍ରତୀକ ହେଲେ ବୋଦ୍ଧି ସତ୍ତ୍ବ

   ସ୍ଥିତପ୍ରଜ୍ଞ ଶୀଳବାନ।

ବିଶ୍ବ ବିଦ୍ଯା ପୀଠେ ପୂଜା ପାଉ ଅଛ

 ତୁମ ପାଇଁ ଦେଶ ଧନ୍ଯ ॥୭॥


ବୁଝିଛି ଏ ଦେଶ ତୁମ ଲେଖନୀର

  ମୂଲ ଯେ ଅତୂଳନୀୟ ।

ସମ୍ବିଧାନ ଦିନ ତୁମକୁ ସ୍ମରଣ

   କରୁ ପାଦ ବନ୍ଦନୀୟ ॥୮॥



Rate this content
Log in