STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସଂସଦ ଭିତରେ ପବିତ୍ର ପ୍ରେମ

ସଂସଦ ଭିତରେ ପବିତ୍ର ପ୍ରେମ

1 min
263


ପୂର୍ବତନ ପ୍ରେମ ସଂସଦ ଭିତରେ

ଝଲକି ପଡିଲା ଆଜି

ସୁକର୍ମର ଗାଥା ପ୍ରଜ୍ବଳିତ ହେଲା

ଶୀର୍ଷ ସଭା ମଧ୍ୟେ ଆଜି।୧।

ମୋଦିଙ୍କ ନିସ୍ବାର୍ଥ ଅପୁର୍ବ ଘଟଣା

ଗୁଞ୍ଜି ଉଠେ ସଭା ମଧ୍ୟେ

ବିପକ୍ଷା ନେତା ସେ ଜନପ୍ରତି ସେବା

ପ୍ରଜ୍ବଳିତ ସଭା ମଧ୍ୟେ।୨।

ନିସ୍ବାର୍ଥ କର୍ମର ନିସ୍ବାର୍ଥ ପ୍ରେମର

କଥା କହୁ ଥିଲେ ମୋଦି

ଆଜାଦ ସାହେବ ଅଶ୍ରୁଳ ନୟନେ

ଦେଖୁଥିଲେ ମୋଦି ମୋଦି।୩।

ଏପରି ସଞ୍ଜଗ ଇତିହାସ ହେଲା

ଦେଶ ନ ଭୁଲିବ କେଭେ

ପବିତ୍ର ପ୍ରେମର ପ୍ରକାଶ ଉଡିଲା

ଜନ ନ ଭୁଲିବେ କେଭେ।୪।

ପ୍ରେମର ଜୁଆର ଏପରି ଉଠିଲା

ଶାନ୍ତହେଲା ଶୀର୍ଷ ସଭା

ଟେବୁଲ ତାଳିରେ ଗୁଞ୍ଜି ଉଠିଲାଟି

ପବିତ୍ର ଦେଶର ସଭା।୫।

ଭକ୍ତିପ୍ରେମ ଅଟେ ଜୀବନ ଆଧାର

ଜନତା ସେବାଟି ବଡ

ଅମୂଲ୍ୟ ସେବାର ସତ୍ୟର ପ୍ରତିଭା

ଜୀବନେ ହୁଏଟି ବଡ।୬।

ଅଶୀମ ଭକ୍ତିର ନିସ୍ବାର୍ଥ ପ୍ରେମର

ଜନସେବା ଅଟେ ବଡ

ପ୍ରଭୁଙ୍କର ଭକ୍ତି ସାର୍ଥକ ହୁଅଇ

ପ୍ରାଣୀ ସେବା ଅଟେ ବଡ।୭।

ପୂର୍ବତନ ପ୍ରେମ ସଂସଦ ଭିତରେ

ଝଲକି ପଡିଲା ଆଜି

ସୁକର୍ମର ଗାଥା ପ୍ରଜ୍ବଳିତ ହେଲା

ଶୀର୍ଷ ସଭା ମଧ୍ୟେ ଆଜି।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍