STORYMIRROR

ମହାଗାଲୁଆ ସନୁ

Others

3  

ମହାଗାଲୁଆ ସନୁ

Others

ସଂସାର ସଂଘର୍ଷ

ସଂସାର ସଂଘର୍ଷ

1 min
215

    ସବୁ ଅଛି ହେଲେ କିଛି ନାହିଁ


ଘରମଣି ଟିକେ ଶୁଣିବ,


  ଘରେ ଚା ଅଛି ହେଲେ କ୍ଷୀର ନାହିଁ,

    ପାଣି ଅଛି ହେଲେ କେଟ୍ଲି ନାହିଁ,


ପରିବା ଅଛି ହେଲେ ଫୁଟଣ ନାହିଁ,

    ହଳଦୀ ଅଛି ଲୁଣ ନାହିଁ,


ପୁଅ ର ସ୍କୁଲ ଅଛି ହେଲେ ଖାତା ନାହିଁ,

    ବ୍ୟାଗ ଅଛି ହେଲେ ବହି ନାହି,


ଛତା ଅଛି ହେଲେ ଜୋତା ନାହିଁ,

   ଖରାରେ ଅବସ୍ଥା ଆଉ ନାହିଁ,


ବିଲ ଆଉଛି ହେଲେ କରେଣ୍ଟ ନାହିଁ,

   ରୋଷେଇ କରିବି ହେଲେ ଗ୍ୟାସ ନାହିଁ


ସକାଳୁ ଗାଧେଇବାକୁ ସାବୁନ ନାହିଁ,

   ମୁଣ୍ଡ ତେଲ ଅଛି ହେଲେ ଖାଇବା ତେଲ ନାହିଁ,


କଣ ଆଉ ଅଛି କିଛି ନାହିଁ,


ଧନମଣି ଶୁଣିବ,


ଦୋକାନୀ ଅଛି ହେଲେ ସଉଦା ନାହିଁ,

   ପରିବା ଅଛି ଦୋକାନୀ ନାହିଁ,


ସରକାର ଅଛି ହେଲେ ବାବୁ ନାହିଁ,

   ଇସ୍କୁଲ ଅଛି ହେଲେ ମାଷ୍ଟ୍ର ନାହିଁ


ସତ କଥା ହେଲେ ପର୍ସ ଅଛି ପଇସା ନାହିଁ,

 ଏ ମାସ ଦରମା ର ଦେଖା ନାହିଁ 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍