ସଂସାର ଗଣିତ
ସଂସାର ଗଣିତ
1 min
3.1K
ସେଦିନ ଅଙ୍କ କଷାରେ
ଦେଇ ନ ଥିଲି ମନ ବୋଲି
ଭୁଲ୍ ହେଇଯାଇଥିଲା
ଭଗ୍ନାଂଶର ସବୁ ଭାଗ
ପରିମିତି ଆଉ ଅଙ୍କନର
ବିଗିଡିଯାଇଥିଲା ପରିମାପ ,
ସେଇଥିପାଇଁ ଆଜି ମନଦେଇ
ମାଂସ କଷୁଛି ଚୂଲୀରେ,
ଲୁଣ,ହଳଦି ମସଲାର ଭାଗମାପରେ
ଏବେ ମୁ ଁ ସିଦ୍ଧହସ୍ତ
ସଂସାର ଗଣିତ ପାଠରେ
ଫେଲ୍ ହୋଇଯିବା ଭୟରେ ॥
