ସଂସାର ଗଣିତ
ସଂସାର ଗଣିତ
1 min
2.8K
ସେଦିନ ଅଙ୍କ କଷାରେ
ମନ ଦେଇ ନ ଥିଲି ବୋଲି
ଭୁଲ୍ ହୋଇଯାଇଥିଲା
ଭଗ୍ନାଂଶର ସବୁ ଭାଗ,
ପରିମିତି ଆଉ ଅଙ୍କନର
ବିଗିଡି ଯାଇଥିଲା ପରିମାପ,
ସେଇଥିପାଇଁ ତ ଆଜି
ମାଂସ କଷୁଛି ଚୂଲୀରେ
ମୁଁ ଏବେ ସିଦ୍ଧହସ୍ତ
ଲୁଣ ହଳଦି ମସଲାର ଭାଗ ମାପରେ
ସଂସାର ଗଣିତ ପାଠରେ
ଫେଲ୍ ହୋଇଯିବା ଭୟରେ ॥
