STORYMIRROR

Sumitra Sahoo

Others

3  

Sumitra Sahoo

Others

ସଂସାର ବନ୍ଧନ

ସଂସାର ବନ୍ଧନ

1 min
163


ସଂସାର ବନ୍ଧନରୁ ଦିଅ ମୁକତି

   ସହିବାକୁ ନାହିଁ ମୋ ଆଉ ଶକତି

ଥକି ପଡିଲିଣି ମୁଁ ଏଇ ବନ୍ଧନରେ

   ମୁକ୍ତି ଦିଅ ମତେ କଳା ଠାକୁରେ

କେମିତି ଛନ୍ଦୁଛ ମତେ ଏ ବନ୍ଧନେ

 ଛନ୍ଦି ହୋଇ ଯାଏ ପ୍ରଭୁ ମୁହିଁ ଏ ଜୀବନେ

ସଂସାର ବନ୍ଧନ ରୁ ଦିଅ ମୁକତି

  ସହିବାକୁ ନାହିଁ ମୋ ଆଉ ଶକତି

ଆଉ କେତେ ମତେ ବାନ୍ଧିବ ଯେ କୁହ

 ସଂସାରୁ ମୁଁ କେବେ ନେବି ଯେ ବିଦାୟ

ମୋ ବେକେ ବାନ୍ଧିଛ ଯେ ସେ ପଘା ଦଉଡି

କେବେ କୁହ ମତେ ନବ ଭିଡ଼ି ଭିଡ଼ି

ମାୟା ଏ ସଂସାର କେହି ନୁହଁ କାର

 ମତେ ଏଠୁ ଉଦ୍ଧାର କର ସେ କଳା ଠାକୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍