ଆଦର୍ଶ ଜୀବନ
ଆଦର୍ଶ ଜୀବନ
1 min
204
ସମାଜରେ ପ୍ରତିଷ୍ଠିତ ହୋଇ ରଖିବା ଆମରି ମାନ
ନିଜେ ନ ଖାଇ ଅନ୍ୟକୁ ଦାନ କରିବା
ହେଉଛି ମହାନ
ସତ୍ୟ, ଧର୍ମ ,ନ୍ୟାୟ ପଥରେ ଚାଲିବା ହେଉଛି ଆମରି ଏ ଜୀବନ
କର୍ତ୍ତବ୍ୟ ଠାରୁ କେବେ ପଛ ଘୁଞ୍ଚା ନ ଦେବା
ଏହା ହେଉଛି ଆମରି ମନ
ନିଷ୍ଠାର ସହିତ ସବୁ କାମ କରିବା
ଏହା ହେଉଛି ଆମରି ଭାଗ୍ୟ
ଲୋଭ, ମୋହ, ଗର୍ବ, ଅହଂଙ୍କାରକୁ ଦ୍ବରେଇ
ଭକ୍ତି ଭାବରେ ରଖିବା ମନ
ଗୁରୁଜନ ଓ ଆତ୍ମୀୟ ମାନଙ୍କ ସହିତ
ସୁନ୍ଦର ବ୍ୟବହାର ହିଁ ଆମରି ସଂସ୍କାର
ସଭିଙ୍କ ମନ ନେଇ ଚଳିବା ହେଉଛି
ଆମରି ଜୀବନ ଡୋର ।।
