ପୈାରୁଷ
ପୈାରୁଷ
1 min
117
ତୁମରି ସୃଷ୍ଟି ତୁମେ ଏକା ଜାଣ
ହେ ରାଧା ଗୋବିନ୍ଦ
ସକଳ ପ୍ରାଣୀର ଜନ୍ମ ଦାତା ତୁମେ
ହେ ରାଧା ଗୋବିନ୍ଦ
ଗଢିଛି ତୁମେ ସ୍ତ୍ରୀ ଆଉ ପୁରୁଷ
ହେ ରାଧା ଗୋବିନ୍ଦ
ପୁରୁଷକୁ ଦେଇଛ ବୀରତ୍ବ
ଦେଖେଇବାର ତାଙ୍କ ଦାୟିତ୍ଵ
ହେ ରାଧା ଗୋବିନ୍ଦ
ନିଜେ ନ ଖାଇ କେମିତି
ସଂସାର ଭାର ଚଳିବ ଏ କଥା ଜାଣ
ଭାବି ଭାବି କର୍ମ ଅନୁସାରେ ଯାଏ ତାଙ୍କ ମନ
ହେ ରାଧା ଗୋବିନ୍ଦ
କେତେ ବେଳେ କାହା ପୁଅ ତ
କେବେ କାହା ପତି ଆଉ ଭାଇ
ସାଜି ବାକୁ ହୁଏ ଜୀବନ ଏମିତି
ହେ ରାଧା ଗୋବିନ୍ଦ
ଭାବ ଭକତି ଆଉ ଦାନ ଧର୍ମରେ ଯାଉ ତାଙ୍କ ଦିନ
ସାର୍ଥକ ହେଉ ତାଙ୍କ ଜୀବନ ମାନ
ହେ ରାଧା ଗୋବିନ୍ଦ
ଗର୍ବ ଅହଂଙ୍କାର କାହା ମନେ ନ ଦିଅ
ହେ ରାଧା ଗୋବିନ୍ଦ
ସଭିଙ୍କ ଜୀବନ ଖୁସିରେ ଭରି ଦିଅ
ହେ ରାଧା ଗୋବିନ୍ଦ ।
