STORYMIRROR

Sumitra Sahoo

Others

3  

Sumitra Sahoo

Others

ଆଜିର ନାରୀ

ଆଜିର ନାରୀ

1 min
155


ଆଜିର ନାରୀ

ସବୁ ଅସମ୍ଭବକୁ ସମ୍ଭବ କରେ

ସେ ହେଉଛି ନାରୀ...

ଡେଣାକୁ ତୋର କରି ତାକତ

ସ୍ୱାଭିମାନକୁ କରୁନା ଆଘାତ

ମିଶନ ଶକ୍ତିକୁ ଆଧାର କରି

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ

ହୋଇଛୁ ଆଜି ତୁ ଶକତ....

ଅଛି ଆଜି ବିଜୟର କ୍ଷମତା

ହାତରେ ଧରି ହୋଇବୁ ତୁ

ସାରା ଜଗତ ଜିତା..

ନୂଆ ସପନକୁ କରି ଆଧାର

ଗଢ଼ିବୁ ତୁ ସାରା ଦେଶରେ

ଗୌରବ ବୈଭବର ମଣି ମୁକୁତା..

ସିଏ ସାଧା ସ୍ୱୟଂସିଦ୍ଧା ବିଶ୍ଵବନ୍ଦିତା

ଯୁଆଡେ ଗଲେ ଆଦରନ୍ତି ତାକୁ

ଜଗତରେ ସେ ସମ୍ମାନିତା

ଭୁଲିବା ନାହିଁ କେବେ ତାରି ସତ୍ତା...

ପାଖରୁ ତୋହର କେବେ ସମ୍ବଳ ସରେନା

ଉନ୍ନତିର ଠିକଣା ତୁ ଅନ୍ନପୂର୍ଣ୍ଣା

ଦେଇଥାଉ ସବୁ ମନ ଖୋଲି ତୁ

ଖାଏ ଯିଏ ତୋ ହାତରୁ

ଜୀବନ ଥିବା ଯାଏଁ କେବେ ଭୁଲେନା...।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍