ଗୃହ ଲକ୍ଷ୍ମୀ
ଗୃହ ଲକ୍ଷ୍ମୀ
1 min
119
ମଥାରେ ସିନ୍ଦୂର ନାଇଁ
ଆସିଛୁ ଲୋ ସାଧବ ବୋହୂ ହୋଇ
ବାପା ଘର ଛାଡ଼ି ଶାଶୁ ଘର ଡେଇଁଲେ
ଗୃହ ଲକ୍ଷ୍ମୀ ପରା ହୋଇ ଥାଇ
ଶାଶୁ, ଶଶୁରଙ୍କ ମାନ ମର୍ଯ୍ୟାଦାକୁ
କେବେ ତଳେ ନ ପକେଇବୁ
ତାଙ୍କରି ସେବାରେ ଯାଉ ଦିନ ତୋର
ସଦା ମାନି ଚଳୁଥିଵୁ
ତାଙ୍କ ପଣତ କାନ ରେ ସଦା ସର୍ବଦା
ନିଜକୁ ବାନ୍ଧି ରଖିବୁ
ନଣନ୍ଦ, ଦିଅରକୁ ସ୍ନେହ ମମତାରେ
ବାନ୍ଧି ରଖୁଥିବୁ
ତାହା ହେଲେ ଭଲ ଗୃହ ଲକ୍ଷ୍ମୀ
ବୋଲି ଶୁଣୁଥିବୁ
ନିଷ୍ଠାର ସହିତ ସବୁ କାମ କରୁଥିଲେ
ଆମେ ନିଶ୍ଚେ ସଫଳତା ପାଇବା ଦିନେ
ସଂସାର ବନ୍ଧନରେ ବାନ୍ଧି ହୋଇ ଅଛେ
ସବୁ ବାଧା ବିଘ୍ନକୁ ଅତିକ୍ରମ କରିବା ଆମେ
ଏହି ସମାଜରେ ଗୃହ ଲକ୍ଷ୍ମୀ ବୋଲି
ନିଜକୁ ପ୍ରତିଷ୍ଠିତ କରି
ଆମେ ହୋଇବା ଜଗତରେ ସମ୍ମାନୀତ।
