ଅକୁହା କଥା
ଅକୁହା କଥା
1 min
171
ଜୀବନ ମୋର ଏକ ଅକୁହା କଥା
ନା କାହାକୁ କହି ହୁଏ ନା ସହିହୁଏ
ବଞ୍ଚିବାଟା ଖାଲି ଅଭିନୟ ମୋର
ନା ହସିହୁଏ ନା ଅନ୍ୟ ଆଗରେ କାନ୍ଦିହୁଏ ।
ଜିଅନ୍ତା ଯୁଇରେ ଆଜି ମୁଁ ଜଳୁଛି
କା ଆଗେ ପାରୁନି କହି
ମରିଯାଉଥିଲେ ପାଣି ଟୋପେ ପାଇଁ
କେହି ଦେବେ ନାହିଁ ରହି ।
ସମୟ ତ ଏଠି ଅପେକ୍ଷା କରେନା
ଚାଲେ ସେ ତାର ବାଟରେ
ସବୁ ସମୟ ତ ସ୍ମୃତି ହୋଇ ରୁହେ
କେବଳ ଆମ ମନରେ ।
ସଭିଏଁ ଭାବନ୍ତି ନିଜ କଥା ଏଠି
କେହି ନୁହଁ ଆପଣାର
ଯେତେ ଯାଏଁ ଅଛି ପଇସା ପାଖରେ
ସମସ୍ତେ କରନ୍ତି ନିଜର ।
ଜୀବନ ତ ଏଠି ପାଏ ଖାଲି ଶିକ୍ଷା
କରିବାନି ଏଠି କାହାକୁ ଭରସା
ନିଜ କଥା ନିଜ ମନରେ ରଖି
ଚାଲିବାକୁ ହେବ ରଖି ଏକ ଆଶା ।
