STORYMIRROR

Sumitra Sahoo

Others

3  

Sumitra Sahoo

Others

ଶାଶୁ ଓ ବୋହୂ

ଶାଶୁ ଓ ବୋହୂ

1 min
154


ମାଆ ପରି କିଏ ହେବ

ରାଗିଲେ ଋଷିଲେ କାଖେଇ କୋଳେଇ ନବ।

ଗର୍ଭଧାରିଣୀ ମାଆ ସିଏ

ଆମ ମନ କଥା ସେ ଜାଣିଦିଏ।

ଅଭାବ ରଖେନି ଆମର ସେ କିଛି 

କ୍ଷଣିକ ପାଇଁ ତା ପାଖୁ ଆମକୁ ଦୂରେଇ ଦିଏନି।

ଏମିତି ବି ଦିନ ଆସେ 

ଯାହାକୁ ଏତେ ଭଲ ପାଇ ଥାଏ

ଟେକି ଦିଏ ଶାଶୁ ହାତେ।

ଶାଶୁ ଘର ଯାଇ ଝୁରିଲେ ମାକୁ 

ଶାଶୁ କହନ୍ତି 

କାଇଁ କାନ୍ଦୁଛୁ ମୁଁ କଣ ତୋ ମାଆ ନୁହେଁ।

କିଏ କହୁଛି ଶାଶୁ ମାଆ ହେଇ ପାରିବେନି

ବୋହୂ ଯଦି ଝିଅ ହୋଇଯାଏ 

ଶାଶକୁ ମାଆ ହେବାକୁ ଡେରି ହୁଏ ନାହିଁ।

ନିଜର ଜୀବନର ଖଣ୍ଡକୁ ଆମକୁ ଦେଇ ଥାଆନ୍ତି

ସେଥିପାଇଁ ତ ଶାଶୁଙ୍କୁ ଦ୍ଵିତୀୟ ମାଆ କହନ୍ତି।

ବେଳେ ବେଳେ କୋଠର କଥା କହିଲେ ସେ ହୃଦୟକୁ କଷ୍ଟ ଲାଗେ।

ମାଆକୁ ଝୁରିଲେ ଆସି କୁହନ୍ତି 

କାଇଁ କାନ୍ଦୁଛୁ ମୁଁ କଣ ତୋ ମାଆ ନୁହେଁ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍