Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Others

3  

sasmita sarangi

Others

ସଂସାର ବନ୍ଧନ

ସଂସାର ବନ୍ଧନ

1 min
144



ଦଦରା ନାଆରେ ମୋର ତୁମେ ନାଉରୀ ,

ଛାଡିବନି ମଙ୍ଗ କେବେ ଯିବ ସେ ବୁଡି ।୧


କେବେ ବାଆ ବତାସ ତ କେବେ ଜୁଆର ,

ସମତୁଲ କରି ନାଆ ବାହୁଥା ମୋର ।୨


ସୁଖ ଦୁଃଖ ପରା ଛାଇ ଆଲୁଅ ଖେଳ‌ ,

ଆତ୍ମଶକ୍ତି ଦୃଢ଼ ଯେବେ ତୁମେ ମୋ ବଳ ।୩


ସମୟ ସହ ବନ୍ଧନ କାଟି ବହି ଚାଲିଛି,

ଆଶାର ଦୀପାଳୀ ତୁମ ପାଦେ ଜାଳୁଛି ।୪


ବିଘ୍ନହର୍ତ୍ତା ଭାବଗ୍ରାହୀ ତୁମେ ଭକ୍ତ ବାନ୍ଧବ ,

ଅନ୍ତର ବେଦନା ତୁମେ ଏକା ବୁଝିବ ।୫


ସଂସାର ସାଗରେ ପଥ ବହୁ ଜଟିଳ,

ପାରିହେବି ଭବସିନ୍ଧୁ ସୁଦୟା କର ।୬ 



Rate this content
Log in