ସଂପର୍କ
ସଂପର୍କ
1 min
14K
******
ମାନ ଅଭିମାନ ଭୁଲିଗଲା ମନ
ଜୀବନର ମାନେ ବୁଝି ଗଲା ପରେ ,
ଆଉ କେଉଁ ଅଂତର୍ଦାହ ଅଂତର୍ଦ୍ବଂଦ
ନିଜେ ହିଁ ନିଜକୁ ଚିହ୍ନି ଗଲା ପରେ !
ଆଉ କାହିଁପାଇଁ ଏତେ ଆଲୋଡନ
ମନୁଆ ମନକୁ ମନାଇଲା ପରେ
କାହିଁକି କାହାକୁ ଦୋଷ ଅବା ଦେବା
ନିଜ କଲା କର୍ମ ଭୋଗ କଲା ପରେ !
କାହିଁକି ବା ଆଉ କର ଘୃତ ଦାନ
ଦୀପରୁ ସଳିତି ସରିଗଲା ପରେ,
କାହିଁକି ମଉଳା ଫୁଲେ କର ମାଳା
ଗଛ ଡାଳୁ ଫୁଲ ଝରି ଗଲା ପରେ !
ସଂପର୍କ ତ ଏକ ଅଦିନ କୁଣିଆ
ଆସିଥାଏ ଘରେ ମନ କଲା ପରେ
ଆଉକି ସେ ଫେରେ ଯେତେଡାକିଲେ ବି
ଥରେ ଗୋଡ କାଢି ଚାଲି ଗଲା ପରେ !
