STORYMIRROR

Biswajit Sahoo

Others

3  

Biswajit Sahoo

Others

ସଂପର୍କ

ସଂପର୍କ

1 min
176

ବେଳେବେଳେ ଅନେକ ସଂପର୍କ ଗଢ଼ି ହୋଇଯାଏ,

ସମସ୍ତଙ୍କ ଅଗୋଚରରେ ।

କିଛି ଆତ୍ମୀୟତା ରେ,

ବନ୍ଧା ପଡ଼ିଯାଏ ହୃଦୟ।

ଦୁଃଖ ବୁଝିବାରେ,

ସୁଖ ବାଣ୍ଟିବାରେ 

କିଛି ଛଳନା ନଥାଏ।


ସବୁ ରକ୍ତ ସଂପର୍କ ଯଦି ଦୃଢ଼,

ତେବେ ଭାଇ ଭାଇ ଭିତରେ,

ଏତେ ତିକ୍ତତା କାହିଁକି ?

ମନୋମାଳିନ୍ୟ କାହିଁକି ?


କିନ୍ତୁ ବନ୍ଧୁତା !

ସେ ତ ରକ୍ତର ସଂପର୍କ ନୁହେଁ ହୃଦୟର,

ପରସ୍ପର ପ୍ରତି ସମ୍ମାନର,

ଅନାବିଳ ସ୍ନେହ, ଅକୁଣ୍ଠ ସମର୍ଥନ

ଆଉ ଜୀବନ ସାରା ଏକାଠି ରହିବାର ପ୍ରତିଶ୍ରୁତି !


Rate this content
Log in