STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୮୮

ସଂଳାପ-୮୮

1 min
13.5K


କୋହ

ସେ ତ ଅଝଟ ଅମାନିଆ

ଶିଶୁକନ୍ୟା

ହୃଦୟର ନିଭୃତ ଅନ୍ଧାରି ଇଲାକାରେ ଆଣ୍ଠୁମାଡି ଆଖିବୁଜି ବସିଥିବା

ସୁଯୋଗ ଖୋଜି ଚାଲିଥିବା

ଘଟଣା,

ଦୁଃଖଦସଂଘଟଣା,

କୁହୁଳି କୁହୁଳି ବହିଯିବ ମିଶି ସତେ ଯେମିତି

ଶ୍ରୀତା

ଅଶ୍ରୁଧାର ସହ,

ସ୍ମୃତିରେ,

ଧୀମି ଧୀମି ଜଳୁଥିବା,

ଅହରହ ଜଳି ଚାଲିଥିବା

କୁଣ୍ଡଳି ମାରି ଉପରକୁ

ଆହୁରି ଉପରକୁ,

ଆହୁରି ଉପରକୁ ଉଠି ଚାଲିଥିବା

କୁହେଳିକାମୟକୂଟକାଠି

କେବେ ଆସିବ କେଜାଣି,

ଆଜିକାଲି

ଠିକଣା ନାହିଁ ତା ଯିବା ଆସିବାର

ସେ ପା ଅଳକାନନ୍ଦାର

ମନ୍ଦାକିନୀ,

ଅମରାବତୀରେ ତା ଘର,

ଭୁଲି ଗଲାଣି କେବେ ଠାରୁ

ଯେ ଛୋଟ ଶିଶୁକନ୍ୟାଟି

ଆଣ୍ଠୁମାଡି ଆଖି ବୁଜି ବସିଛି

କୁରୁଳି କୁରୁଳି ଉଠି ଚାଲିଛି

ବୁକୁରେ

ତା କୋହ

କୁଁ କୁଁ ଶବ୍ଧ ଘେରା

ହୃଦୟର ଅନ୍ଧାର କୋଠରି ଭିତରେ

ଶୁନ୍ୟ ପାରିଜାତ

ଆକାଶ ବକ୍ଷରୁ ଝଡିବା

ପ୍ରତୀକ୍ଷାରେ -------- !!


©®କାଶ୍ୟପ,ରାୟଗଡା ।


Rate this content
Log in