Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

3  

Kalish Chandra Parhi

Others

ସଂକଟ କାଳ-୩

ସଂକଟ କାଳ-୩

1 min
110



-----------

ଚଣ୍ଡୀ ଚାମୁଣ୍ଡାଙ୍କ ବିତ୍ପାତ

କ୍ରମେ ଚାଲିଛି ବଢି ,

ଚଞ୍ଚଳା ବି ଭୟେ ମାନବ-

ସ୍କନ୍ଧୁ ଗଲେଣି ଛାଡି ।


ଛଟପଟ ଯେତେ ହୁଅନ୍ତି

ସେତେ ହଜଇ ଜ୍ଞାନ,

ଛୁରୀ ବନ୍ଧୁକରେ ମଣିଷ

ଦେଖେ ସୁଖ ସପନ ।


ଜଳଜଳ ଦିଶେ ଭବିଷ୍ୟ

ଜ୍ଞାନୀ ମହାତ୍ମା ଗଣେ,

ଜଡ ମୂକ ପ୍ରାୟେଥାଆନ୍ତି

ଗୋପ୍ୟ ହୋଇ ସେମାନେ।


ଝଡ ବାତ୍ୟା ବନ୍ୟାପ୍ରକୋପେ

ତୁଟେ ଦେଶର ଶିରୀ ,

ଝରିପଡୁଅଛି ଜୀବନ

ମଉଳା ଫୁଲପରି ।


ଟଳଟଳ ହୁଏ ଜୀବନ-

ତରୀ ଏ ଭବଜଳେ ,

ଟାଳିବାକୁ ଏହି ସଂକଟ

କେହି ନଭାବେ ତିଳେ।


ଠକିବା ଭଣ୍ଡିବା ତଣ୍ଡିବା

ବିନାଦୋଷେ ଦଣ୍ଡିବା,

ଠଉରାଇ ସାଧୁ ସନ୍ଥଙ୍କୁ

ଭବଜଳେ ମାଣ୍ଡିବା ।


ଡରାଇ ହଲାଇ ଭୁଲାଇ

ସ୍ବାର୍ଥ ହାସଲ କରି,

ଡକା ପକାଇବେ ଜଗତେ

ଦେଖାଇ ବାହାଦୂରୀ ।

କ୍ରମଶଃ...............।।

କୈଳାସ ଚନ୍ଦ୍ର ପାଢୀ।କୁମାରପୁର।

ଭଦ୍ରକ।

================


Rate this content
Log in