STORYMIRROR

Anirudha Kund

Others

3  

Anirudha Kund

Others

ସଂକ୍ଷେପରେ ଜଗନ୍ନାଥ

ସଂକ୍ଷେପରେ ଜଗନ୍ନାଥ

1 min
12.3K


ଯୋଡି ଆଷାଢରେ ନବ କଳେବର

କେତେ ରଙ୍ଗ କରେ ସେହି ରଙ୍ଗାଧର


ଦେବସ୍ନାନୁ ଅରଜେ ସେ ଥଣ୍ତାଜ୍ବର

ଅଣସର ଘରେ ବସେ ଅଣାକାର


ହେବ ପନ୍ଦର ଦିନ ପ୍ରତିକ୍ଷା ଶେଷ

ଜଗା ସାଜିବ ନବ ଯୌବନ ବେଶ


ନିଳାଚଳ ହେବରେ ଚଳ ଚଞ୍ଚଳ

ଘୋଷଯାତ ପାଇଁ ଭକତ ଗହଳ


ଛେରାପହଁରା ଯେ କରିବେ ନରେଶ

ବଡ ଦାଣ୍ତରେ ଗଡିବ ନନ୍ଦିଘୋଷ


ମୁଣ୍ତେ ବାନ୍ଧି ଟାହିଆ ଆସିବ କାଳିଆ

ପତିତ ଉଦ୍ଧାରିବ ହଟ ହଟିଆ


ହଟିଆ ଠାକୁର ନାଟ ଲଗାଇବ 

ମାଉସୀ ପୋଡପିଠା ରଥେ ଖାଇବ


ଗୁଣ୍ତିଚା ମନ୍ଦିରେ ଲିଳା ଖେଳା ହେବ

ଆଡପ ମଣ୍ତପେ ଦରଶନ ଦେବ


ହେରାପଞ୍ଚମୀରେ ବଡଅଭିମାନୀ

ରଥ ଭାଙ୍ଗିବେ ଲୋ ଲକ୍ଷ୍ମୀଠାକୁରାଣୀ


ରଥ ବାହୁଡା ହେବ ଶିରି ମନ୍ଦିର

ନଅଦିନ ଘୋଷ ଶେଷ ପ୍ରଭୁଙ୍କର


ରଥେ ସୁନାବେଶ ହେବ କାଳିଅାର 

ମନଲୋଭା ସୁନା ଭୁଜ ଓ ପୟର

 

ଅତୃପ୍ତ ଆତ୍ମା, ନର ଅବା କିନ୍ନର

ମୁକ୍ତି ଲଭିବେ ପିଇ ପଣା ଅଧର


ବାଜି ଉଠିବ ଘଣ୍ଟ ଘଣ୍ଟା କାହାଳୀ

ବାଇଶି ପାହାଚେ ହୋଇବ ଗହଳି


ରସଗୋଲା ରେ ଲକ୍ଷ୍ମୀ ମାନ ଭଞନ 

ନୀଳାଦ୍ରି ବିଜେ ରମଣୀ ରଞନ


ଆନନ୍ଦ ବଜାର ପୁଉଣି ବସିବ 

ଅବଢା ଅବଢା ବାସ ଚହଟିବ  

  

ଜଗତର ନାଥ କାଳିଆ ସାଆନ୍ତ

ମାନବୀୟ ଲିଳା କରେ ସେ କେମନ୍ତ


ମାଗେ ଅନିରୁଦ୍ଧ କରୁଣା କରିବ

ଶିରିମୁଖକୁ ଚାହିଁ ଯାଉ ମୋ ଜୀବ


Rate this content
Log in