ସଂକୀର୍ତ୍ତନ
ସଂକୀର୍ତ୍ତନ
1 min
308
ଏ ମାୟା ସଂସାରେ ଲାଗୁଅଛି ଡର
କେହି ନୁହେଁ କାହା ସାଥି
ଭାଇ ବଂଧୁ ଜ୍ଞାତି ଅବା ସାଂଗ ସାଥି
ଖୋଜନ୍ତି ସବୁ ସମ୍ପତ୍ତି ।
ଏ ମାୟା ସଂସାର ଅଟଇ ବେକାର
ହରି ନାମେ ଅଛି ଶକ୍ତି ,
ଛାଡ ଏ ସଂସାର ହରି ନାମ ଧର
ପାଇବ ନିଶ୍ଚୟ ମୁକ୍ତି ।
କଳି ଯୁଗେ ଭାଇ କୃଷ୍ଣ ରାମ କହି
କର ଅନ୍ନ ବସ୍ତ୍ର ଦାନ,
ହରି ନାମ ଗାଇ ପ୍ରଭୁ ପଦ ଧ୍ୟାୟୀ
କରୁଥାଅ ସଂକୀର୍ତ୍ତନ ।
ବୈକୁଣ୍ଠେ ପାଇବ ସ୍ଥାନ ।
