STORYMIRROR

pratap nayak

Others

4  

pratap nayak

Others

ସଂଜ

ସଂଜ

1 min
389


ସଂଜଲୋ ,

ତୁ ଆଉ ଅଙ୍କାବଙ୍କା ହୋଇ ଆସନା

ଶ୍ରାବଣରେ ଧୋଇ ତୋ ହିନୀକପାଳ 

ସଂଜ ସଳିତାରେ ବାସେନା

ତୁ ଆଉ ଅଙ୍କାବଙ୍କା ହୋଇ ଆସନା ।


ଛନକା ପଶଇ ସବୁରି ଛାତିରେ 

ଦୀପାଳି ନଜଳି ଲିଭଇ ସ୍ମୃତିରେ

କାହା ମନ ଆଉ ଚୋରାନା

ତୁ ଆଉ ଅଙ୍କାବଙ୍କା ହୋଇ ଆସନା ।


ସରାଗ ସରିଛି ପୀରତି ଉହାଡେ 

ବାଟ ହୁଡିଅଛି ସପନ ସିଆଡେ 

ତୋ ରୁଣୁଝୁଣୁ ଚୁଡି ବଜାନା

ତୁ ଆଉ ଅଙ୍କାବଙ୍କା ହୋଇ ଆସନା ।


ଡରଲାଗେ ମୋତେ ତୋର ଓଢଣୀକି

ବୁଡେଇଛି ସିଏ ମୋର ମାନସୀକି

ଏତେ ହୁନ୍ଦର ତୋ ଲଗନା

ତୁ ଆଉ ଅଙ୍କାବଙ୍କା ହୋଇ ଆସନା

ସଂଜଲୋ,

ତୁ ଆଉ ଅଙ୍କାବଙ୍କା ହୋଇ ଆସନା ।


Rate this content
Log in