STORYMIRROR

PRABHAS KUMAR MOHAPATRA

Others

4  

PRABHAS KUMAR MOHAPATRA

Others

ସଂଘର୍ଷୀ ଜୀବନ

ସଂଘର୍ଷୀ ଜୀବନ

1 min
135

ଜୀବନ ପଥରେ, ଅନେକ କଣ୍ଟାରେ

ବିଛାଡ଼ି ହୋଇଛି ଛିଡ଼ା ।

ଚାଲିବାକୁ ହେବ, ନ ରହି ନୀରବ

ହେଉ ପଛେ ଯେତେ ପୀଡ଼ା ।।୧

ପୀଡ଼ାକୁ ସହିଣ, ଚାଲିଛି ଯେ ଗଣ

ସଂଘର୍ଷ ପଥରେ ତାର ।

ଦିନ ଯେ ଆସିବ, ପଥ ଯେ ସରିବ

ବିଜୟୀ ହେବ ସେ ନର।।୨

ସଂଘର୍ଷ ଜୀବନେ, ଯେ କରିନି ଜନେ

ସ୍ୱ ଜୀବନେ ଯେ ତାହାର ।

ଜୀବନର ମାନେ ,କିଛି ନାହିଁ ଜନେ

ନାହିଁ ଇତିହାସ ତାର ।।୩

ଜୀବନେ ସଂଘର୍ଷ, କରେ ବର୍ଷ ବର୍ଷ

ମାନବ ଯିଏ ମହୀ ରେ ।

ନିଶ୍ଚେ ଦିନ ଆସେ , ଆନନ୍ଦ ବରଷେ

ଥାଏ ସ୍ଵତନ୍ତ୍ର ସ୍ଥାନରେ ।।୪

ଇତହାସ ଅଛି, ସାକ୍ଷୀ ହୋଇ ଅଛି

ସଫଳ ଯେତିକି ନର ।

ସଂଘର୍ଷେ କଟିଛି ,କଣ୍ଟା ଯେ ପଶିଛି

କେତେ ଯେ ପାଦେ ତାଙ୍କର।।୫

ହେଲେବି ନ କାନ୍ଦି, ମନେ ଚାଲେ ବାନ୍ଧି

ସ୍ବପ୍ନ ଯେ କେତେ ତାହାର ।

ସେଥି ପାଇଁ ପରା, ଯୁଗେ ଯୁଗେ ପରା

ଜୟ ହୁଏ ସଂଘର୍ଷୀ ର।।୬


Rate this content
Log in