STORYMIRROR

Jitendra Seth

Others

3  

Jitendra Seth

Others

ସଂଘର୍ଷ

ସଂଘର୍ଷ

1 min
257

ଅଭାବ ଭିତରେ ଜୁଡ଼ୁବୁଡ଼ୁ ହୋଇ

ଦଶମ ପାଠ ସରିଲା

ତା' ପରେ ଦ୍ଵାଦଶ ଗାଁ କଲେଜରେ

ନାମ ମୋର ଲେଖା ହେଲା ।। 


ଯୁକ୍ତ ତିନି ପାଇଁ ଟଙ୍କା ଅଭାବରୁ

ଗୋଟିଏ ବର୍ଷ ବୁଲିଲି 

ତା' ପର ବର୍ଷ ବରଗଡ଼ ଠାରେ 

ନାମ ମୋର ଲେଖାଇଲି ।। 


ଏଇଠି ସେଇଠି କାମ ଧନ୍ଦା କରି 

ଗୋଟେ ବର୍ଷ ଗଡ଼ିଗଲା 

ଦ୍ଵିତୀୟ ତୃତୀୟ ବରଷ ଦୁଇଟି

ବିକାଶରେ କଟିଗଲା ।। 


ବିକାଶ ସ୍କୁଲରେ ଲଣ୍ଡ୍ରି କାମ କରି 

ନିଇତି କଲେଜ ଯାଏ 

ସନ୍ଧ୍ୟାରେ ପୁଣି କମ୍ପୁଟର କ୍ଲାସ

ବାରଟାରେ ମୁଁହି ଶୁଏ ।। 


ଛୋଟ ସମୟରୁ କଳାକାରୀ ଦିଗେ

ମନ ଯେଉଁ ରହିଥିଲା 

କବିତା ଲେଖାରୁ ଆକାଶବାଣୀ 

ଯାତ୍ରା ଫଳବତୀ ହେଲା ।। 


ଆଲବମ ଜଗତରେ ପାଦ ଦେଲା ପରେ 

ଅର୍ଥାଭାବ ମେଣ୍ଟିଗଲା 

ୟା'ରି ଭିତରେ ଜି.ଏମ୍ କଲେଜରେ 

ନାମ ମୋର ଲେଖା ହେଲା ।। 


କଳାକାରୀ ଦିଗେ ସଫଳତା ପାଇଁ 

ବୁଲିଛି କେତେ ଦୁଆର 

ଭୋକ ଉପାସରେ ରାତି ଉଜାଗରେ

ଶୁଣିଛି ମୁଁ ଛି' ଛାକର ।। 


ଜି. ଏମ୍ କଲେଜରେ ସଂସ୍କୃତ ବିଭାଗେ

ସ୍ନାତକୋତ୍ତର ପଢ଼ା ଚାଲିଲା

ତା' ରି ଭିତରେ ଓଡ଼ିଆ ସିନେମାରେ 

ସଂଳାପ କାମ ମିଳିଲା ।। 


ସାଂସ୍କୃତିକ ସମ୍ପାଦକ କାମ ତୁଲେଇ 

ପିଜି ହେଲା ସମାପନ

ତା ପରେ ବିକାଶ ସି.ବି.ଏସ୍.ସି ରେ 

କଲି ପୁଣି ଯୋଗଦାନ ।। 


ବିକାଶ କଲେଜରେ କମ୍ପ୍ୟୁଟର ବିଭାଗେ

ଗୋଟେ ବର୍ଷ କାମ ପରେ 

ହାଇସ୍କୁଲରେ ମୁଁ ଚାକିରି ପାଇଲି 

ସୁଦୂର କେନ୍ଦ୍ରାପଡ଼ାରେ ।। 


ପିତା, ମାତା, ଗୁରୁ ଆଶିର୍ବାଦ ବଳେ 

ଆଜି ମୁଁ ଖୁସିରେ ଅଛି 

ଯାହାସବୁ ସ୍ଵପ୍ନ ହୋଇ ରହିଥିଲା 

ସେ ସବୁ ସତ ହୋଇଛି ।। 


ଏତିକି ଭିତରେ ସରିନି ସଙ୍ଘର୍ଷ 

ଆଉ ବି ଅନେକ୍ ଅଛି 

ପରିଶ୍ରମ ହିଁ ମୋତେ ଆଗକୁ ନେବ

ଏକଥା ବୁଝି ପାରିଛି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍