STORYMIRROR

Ashis Kumar Swain

Others

3  

Ashis Kumar Swain

Others

ସଂଘର୍ଷ

ସଂଘର୍ଷ

1 min
514

ପ୍ରତ୍ୟେକ ଜୀବର ଜୀବନରେ ଥାଏ ସଂଘର୍ଷର ଇତିହାସ

କେବେ ମୁକାବିଲା ନ କରିପାରିଲେ ରହିଯାଏ ଅବଶୋଷ ।

ଜୀବନର ପଥ କଷ୍ଟ ଓ ଯନ୍ତ୍ରଣା ସାଙ୍ଗରେ ନ ଥିବେ କେହି

ଜୀବନର ମାନେ ସଂଘର୍ଷ ଅଟଇ ଏକା ହିଁ ଲଢ଼ିବୁ ତୁହି ।

ଯେତେ ବାଧା ବିଘ୍ନ ଆସିଲେ ବି କେବେ କରିବୁ ନାହିଁ ତୁ ଭୟ

ଅତିକ୍ରମ କରି ଆଗକୁ ବଢ଼ିଲେ ନିଶ୍ଚେ ହେବ ତୋର ଜୟ ।

ସଂଘର୍ଷର ଶିର୍ଷେ ପହଁଚିବା ପାଇଁ ମନେ କରି ନେବୁ ପଣ

ସଫଳତା ଦିନେ ଆଣିଦେବ ତୋତେ ସାଜିବୁ ଉଦାହରଣ ।


Rate this content
Log in