STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ସଂଘର୍ଷ

ସଂଘର୍ଷ

1 min
363

             


ସୀମାନ୍ତେ ସଂଘର୍ଷ; ଗର୍ଜେ ଗୁଳି,ଗୋଳା,ବାରୁଦ କମାଣ

ଅପଚୟେ ମାନବର ଅତୁଳ ଗରିମା 

ରକ୍ତର ନଦୀ ଧାରେ ରଙ୍ଗାୟୀତ ଜୀବନ,ମରଣ ।।


ସ୍ଵାଧୀନତା ପାଇଁ କିଏ କରୁଛି ସଂଘର୍ଷ 

ନିଜର ବଡିମା ପାଇଁ କରେ କିଏ ଅନ୍ୟକୁ ବିବଶ

ନୀରିହ ବଳିପଡେ ସେ ସଂଘର୍ଷେ ବନ୍ଧାପଡେ ଅନେକ ବିଶ୍ଵାସ ।।


ସିଂହାସନ ପାଇଁ କେତେ ସଂଘର୍ଷ ର ଚିତ୍ର

ଅଭିନବ କଉଶଳ ସତେକି ବିଚିତ୍ର

ମିଥ୍ୟାଚାର ମିଥ୍ୟା ପ୍ରତିଶୃତି; ଛଳନାରେ ସତ୍ୟବାଦୀ ହୁଏ ଉପେକ୍ଷିତ ।।


ଦମ୍ଭୋକ୍ତି ଅହଂଭାବ ବୃଥା ଆସ୍ଫାଳନେ

ସଂଘର୍ଷରେ ଅହରହ ଅବିରତ ନିମଜ୍ଜେ ମଣିଷ

କଳେ,ବଳେ,କଉଶଳେ ବସିବ ସେ ଯାଇ ସିଂହାସନେ ।।


ବଞ୍ଚିବାର ରାହା ଖୋଜେ ଖୋଜେ କିଏ ଚାଲିବାକୁ ରାସ୍ତା

ସଂଘର୍ଷ କରି ଚାଲଇ କଣ୍ଟକିତ ପଥେ

ରକ୍ତକୁ ପାଣିକରେ; ତଥାପି ମିଳେନି ପେଟକୁ ଦିଓଳି ଦିମୁଠା ।।


ଘରେ ଉଦେ ହୁଏ କାର ଦିନରେ ସୂରୁଯ ପୁଣି ରାତିହେଲେ ତାରା

ପେଟେ ଓଦାକନା ଦେଇ ଶୋଇଯାନ୍ତି କାହା ଛୁଆ ପିଲା

ସଂଘର୍ଷରେ ହାରିଯାଏ ଅକ୍ଷାତ ପଲ୍ଲୀର କିଏ ସେହି ନୀରିହ ବାପୁଡ଼ା ।।


ସଂଘର୍ଷ ଏମିତି ଗୋଟେ ଅପୂର୍ବ ଶବଦ ନାହିଁ ତା ବିରାମ

ଅବିରାମଗତିରେ ସେ ଗତିକରେ ସବୁରିମନରେ‌ରଚି ରକ୍ତାକ୍ତ ସଂଗ୍ରାମ

ତା ଅତିକାୟ ହାତରୁ ବର୍ତ୍ତିବା ନୁହଁଇ ସାମାନ୍ୟ ।।


ଜମି ଚାଖଣ୍ଡକ ପାଇଁ; ମହାଭାରତ ର ଏକ ଅଲିଭା କାହାଣୀ 

ଆବାହମାନ କାଳରୁ ସଂଘର୍ଷ ଏକ ବିବାଦୀୟ ଶଦ୍ଦ

କେହି ବି ବାହାର କରିପାରିନାହିଁ ସଂଘର୍ଷ ଶଦ୍ଦ ର ପ୍ରକୃତ ନିଷ୍କର୍ଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍