STORYMIRROR

ମିତା ପଟନାୟକ

Others

4  

ମିତା ପଟନାୟକ

Others

ସଂଘର୍ଷ

ସଂଘର୍ଷ

1 min
389

କଥା ସେମିତି ବିଶେଷ ନୁହେଁ

ସବୁସଧାରଣ ଚିରାଚରିତ

ଆରମ୍ଭ ରୁ ଶେଷ ଆଉ ଶେଷ ରୁ ଆରମ୍ଭ

ପଡି ଉଠି ଧାଉଁଥିବା ଜୀବନ ରେ ବାକିଥିବା

ନିଶ୍ୱାସ ର ଅବଶିଷ୍ଠ ମୁହୂର୍ତ୍ତ କେତେଟା ବି

କରୁଥାଏ ସଂଘର୍ଷ ଅହରହ ===


ଏନ୍ତୁଡ଼ି ଶାଳ ରୁ ଶ୍ମାଶନ ଯାଏ

ସବୁଠି ଠେଲାପେଲାର ଝଟପଟା ଝପଟି

କେତେବେଳେ ଟେବୁଲ ତଳେ ପଡିଥିବା ଅଇଁଠା ଖାଦ୍ୟ ପାଇଁ

ଅବା ସରକାରୀ ସ୍କୁଲ ରେ ବିନା ଶୁଳ୍କ ରେ ନାମଲେଖା

ସବୁଠି ସେଇ କଥା

ସୁପାରିଶ ଆଉ ସୁଟକେଶର ବେପାର ===


ପାଠ ପଢି ସାଧାରଣ ଯୁବକ ଧକ୍କା ଖାଉଥାଏ

ଅଥଚ ଜାଲ ଡିଗ୍ରୀ ଧରି ମାସ ଶେଷରେ ଟଙ୍କା ଗଣୁଥାଏ

ଗରିବ ରୋଗୀ ପାଏନା ଚିକିତ୍ସା

ଧନୀ କିନ୍ତୁ କ୍ୟାସଲେସରେ ଛୁଞ୍ଚି ଫୋଡି ହେଉଥାଏ

ଶୀତତାପ କ୍ୟାବିନରେ ::


ଜୀବନର ଅନ୍ୟ ନାଁ ହିଁ ସଂଘର୍ଷ

ଖାଦ୍ୟ ବସ୍ତ୍ର ଆଉ ବାସଗୃହ

ସବୁଠି ସେଇ ଗୋଟିଏ ସ୍ୱର

କିଛି ପାଇବାର ଆଉ କିଛି ଖୋଜିବାର

କଛି ବ୍ୟକ୍ତ କିଛି ଅବ୍ୟକ୍ତ

ଘଟଣା ସବୁ ସାଧାରଣ

ବଂଚିବା ପାଇଁ ସଂଘର୍ଷ ====


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍