STORYMIRROR

Manasmita Parida

Others

3  

Manasmita Parida

Others

ସଂଘର୍ଷ

ସଂଘର୍ଷ

1 min
293

ଏ ସଂଘର୍ଷମୟ ପଥର ଅକୁହା କାହାଣୀ

କହିବି କାହାକୁ ବୁଝି ମୁଁ ପାରେନି।

ଏଠାରେ ସମସ୍ତେ ନିଜ ସ୍ୱାର୍ଥରେ ଋଣୀ

କହିବି କାହାକୁ ମୋ ଦୁଃଖର କାହାଣୀ।

ନାହିଁ ଆଜି କେହି ମୋର ସୁଖଦୁଃଖ ର ସାଥି

କାନ୍ଦିବି ମୁଁ ଆଜି କାଇଁ କାହା କଥା ଭାବି।

ଲୋଡ଼ା ନାହିଁ ମୋର କେଉଁ ବନ୍ଧୁପରିଜନ 

ବଂଛିବି ଆଜି ମୁଁ ଆଉ ନକରି ଅଭିମାନ।

ଲକ୍ଷ୍ୟ ପଥେ ଆଜି ମୁଁ କର୍ମ ହାତ ଧରି

ସଫଳତା ପଛେ ଯିବି ପରିଶ୍ରମ କରି।

ସଂଖ୍ୟାର ମୂଲ୍ୟ କେବେ ମାପେନା ଦକ୍ଷତା

ପରିଶ୍ରମ ଫଳ କିନ୍ତୁ ନିଶ୍ଚେ ଦିଏ ବିଧାତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍