STORYMIRROR

JitendraNath Gahir

Others

4  

JitendraNath Gahir

Others

ସଂଘର୍ଷ

ସଂଘର୍ଷ

1 min
317

ନା ସେ କେବେ ଡରିଛି

ନିଦାଘର ଖରାକୁ ,

ନା କେବେ ଡରିଛି

ଝୋ ଝୋ ଗର୍ଜନ କରି

କଳାହାଣ୍ଡିଆ ମେଘର

ମୁଷଳ ଧାରରେ ବର୍ଷୁଥିବା ବର୍ଷାର

ଟୋପା ଟୋପା ଅସୁମାରି ବୁନ୍ଦାକୁ ।

ନା କେବେ ଡରିଥିଲା

ବାଘ ପରି ପଞ୍ଝାର ପାଣିଜରେ

ଚାପି କଲବଲ କରି ମାରୁଥିବା

ମାଘ ମାସର ହାଡଫଟା ଶୀତକୁ ।

କିନ୍ତୁ କ୍ଷତାକ୍ତ ସୈନିକଟେ ପରି

ହିମ୍ମତର ସହ ଲଢିଛି

ଆଉ ମାଟି ସହ ମାଟି ହୋଇ

କେଜାଣି କାହିଁକି ଆଜି

ଚକଡା ଚକଡା ଶୁଖିଲା ମାଟିକୁ

ଆଁ କରିଥିବାର ଦେଖି ହାରିନି

ସବୁବେଳେ ଲଢିଛି

ସଂଘର୍ଷ କରିବା ଶିଖିଛି,

ଏବଂ ମୁଣ୍ଡ ଝାଳ ତୁଣ୍ଡେ ପିଇ

ବଞ୍ଚିବାର ଆଶା ନେଇ

ବାଞ୍ଝ ପାଲଟି ଥିବା

ଏ ରତ୍ନଗର୍ଭା ମାଟିକୁ

ମାତୃତ୍ବର ସୁଖ ଦେଇଛି

ସିଏ ମାତୃତ୍ବର ସୁଖ ଦେଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍