STORYMIRROR

Kalyani Nanda

Others

3  

Kalyani Nanda

Others

ସଂଘର୍ଷ ପଥେ ଜୀବନ ଯାତ୍ରା

ସଂଘର୍ଷ ପଥେ ଜୀବନ ଯାତ୍ରା

1 min
257


ଜୀବନ ପଥର ସୁଦୀର୍ଘ ଯାତ୍ରା ଖୁବ୍ କଠିନ,

ପ୍ରତ୍ୟେକ ପଦକ୍ଷେପ ,ପ୍ରତିଟି ମୂହୁର୍ତ୍ତ ସଂଘର୍ଷମୟ,

ଜନ୍ମ ରୁ ମୃତ୍ୟୁ ଯାଏ ସଂଘର୍ଷ କରି ଚାଲେ ମଣିଷ,

ମୁଁ,ତୁମେ,ସେମାନେ ସମସ୍ତଙ୍କ ଜୀବନ କର୍ମରତ,

ଶୈଶବ ର ମଧୁର ମୂହୁର୍ତ୍ତ ମୋ ଜୀବନର ଅଭୁଲା ମୂହୁର୍ତ୍ତ,

ସେଇ ଅଭୁଲା ମୂହୁର୍ତ୍ତ ରେ ମଜ୍ଜିଗଲା ବେଳେ ମୋ ଜୀବନ,

ହଠାତ୍ ଆସେ ଯୁବ ସୁଲଭ ଚଞ୍ଚଳ,ସ୍ବପ୍ନିଳ,କାଳ୍ପନିକ ସମୟ,

ମନରେ ଭରିଯାଏ କେତେ ଆଶା, ଆକାଂକ୍ଷା ର ଉଛୁଳା ତରଙ୍ଗ,

ହେଲେ ସେଇ ଇଚ୍ଛା, ଆକାଂକ୍ଷା ସତରେ କି ହୋଇଛି ପୂରଣ ?

ସେତେବେଳେ ଭବିଷ୍ୟତ ଆଖି ମିଟିକା ମାରି ଦେଖାଇ ଦିଏ ଲକ୍ଷ୍ୟ ପଥ।

ଲକ୍ଷ୍ୟ ପଥରେ ଦିଗ ବାରି ଆଗେଇ ଗଲା ବେଳେ ସମସ୍ତ ଦାୟ, ଦାୟିତ୍ଵ,

କାନ୍ଧ ଉପରେ ବୋଝ ଟିଏ ହୋଇ ଝୁଲୁଥାଏ ସମସ୍ତ ଜୀବନ ,ପ୍ରତିଟି କ୍ଷଣ,

ଧୀରେ ଧୀରେ ଜୀବନ ପ୍ରସ୍ତୁତ ହେଉଥାଏ ଆଦରି ନେବାକୁ ଅସହାୟ ବାର୍ଦ୍ଧକ୍ୟ,

ଜୀବନର ଏଇ ଅସ୍ତଗାମୀ ସମୟେ ଶରୀର ମୋ ହୋଇଛି ଅବସନ୍ନ,କ୍ଲାନ୍ତ,

ସଂଘର୍ଷମୟ ଜୀବନର ଅସ୍ତରାଗ ରେ ମୃତ୍ୟୁ ର ଆଲୋକିତ ପଥ ସମୀପ,

ଏବେ ମୁଁ ବୋଧହୁଏ ହୋଇପାରିବି ଜୀବନର ସମସ୍ତ ଦାୟ,ଦାୟିତ୍ବ ରୁ ମୁକ୍ତ।


               


   



Rate this content
Log in