STORYMIRROR

Jyotiranjan Acharya

Others

4  

Jyotiranjan Acharya

Others

ସଙ୍ଗରୋଧରେ ସଙ୍ଗଲାଭ

ସଙ୍ଗରୋଧରେ ସଙ୍ଗଲାଭ

1 min
23.1K

ନିଜ ନିଜ ଦାୟରାରେ ରୁହ

ପ୍ରେମର ମର୍ଯ୍ଯାଦା ବଢିବ

ବଗିଚାରେ ଗଛରେ ଥିଲେ

ରଙ୍କ ରୂପ ଦୀର୍ଘସ୍ଥାୟୀ ହେବ

ତା ସୁଗନ୍ଧ ପବନରେ ମିଶି

ଚଉଦିଗ ମହକାଇ ଦେବ।

ଫୁଲଟିକୁ ତୋଳିନେବା

ତୋଳିନେଇ କମିଜର ପକେଟରେ ଖୋସିବା

ଏହି ପରି କ୍ଷଣିକ ଖୁସିରେ

ସମ୍ପର୍କକୁ ଆବଦ୍ଧ କରିବା

ଏହା ଅନ୍ୟ କିଛି ନୁହେଁ

ତୁଛା ନିର୍ବୋଧତା ଖାଲି।

ଏବେ ଚାରିଆଡେ ମରଣ ମାତିଛି

ଭୂତାଣୁ ପିଠିରେ ବସି

ଜୀବନକୁ ଭୂତ ବନାଉଛି।

ଏଣୁ ଯୁଗ ଯୁଗର ଦାର୍ଘ ଆୟୁ ପାଇବାକୁ

ପ୍ରେମକୁ ଦେହର ନିଆଁରୁ ରକ୍ଷା କରିବାକୁ

ସାମାଜିକ ଦୂରତା ରଖିବାକୁ ହେବ

ସଙ୍ଗରୋଧରେ ହିଁ ସଙ୍ଗଲାଭ

ଲୁକ୍କାୟିତ ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍