STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ସଙ୍ଗରୋଧ

ସଙ୍ଗରୋଧ

1 min
11.6K

ଏବେ ଏବେ ଲକ୍ ଡାଉନର ପ୍ରଭାବ 

ଖୁବ୍ ଅଧିକା ହେବାରେ ଲାଗିଛି

କାହାକୁ ବି ଜଣା ନାହିଁ 

ଜୀବନ ରଖିବାର ରାସ୍ତା 

କେବେଳ ତ ଗୋଟଏ ମୋହ

'ଭିଟା ମାଟିକୁ ନିଶ୍ଚେ ଛୁଇଁବି'


ଶୂନ ସାନ ରାସ୍ତାରେ 

ଦାଦନର ମାଳ ମାଳ ପାଦ 

ନିଛାଟିଆ ଜଙ୍ଗଲ ହେଉ ଅବା ରାସ୍ତା

ସବୁଠି ଏବେ ନୀରବତାର ରାଜୁତି

ନିସବ୍ଦତା ମଧ୍ୟରେ 

ଛୋଟ ବଡ଼ ସଭିଙ୍କ କ୍ରନ୍ଦନର ସ୍ଵର

ଜୀବନକୁ ବଞ୍ଚାଇ ରଖିବାର ଭୋକ


ଦେଶବ୍ୟାପୀ ଆଜି ସବୁଠି 

ସମସ୍ୟା ଖୁନ୍ଦି ହେଇଯାଇଚି

ଅଜଣା ଶତୃଙ୍କ ରାଜୁତିରେ 

ସଭିଏଁ ଅସହାୟ 

ଏକାନ୍ତ ବାସ ସଙ୍ଗରୋଧ 


ଯଦିଓ ମୁକାବିଲା ଆରମ୍ଭ ହୋଇଛି 

ହେଲେ ସବୁଠି ବିଷ ଭର୍ତ୍ତି

ବିଷ ହିଁ ବିଷ 

ସେ କୃଷ୍ଣଚୂଡାର 

ଚଞ୍ଚଳ ଅଧର ହେଉ ଅବା

ତା ଏକାନ୍ତ ଇଲାକା  

ନିଜ ଅଜ୍ଞତାରେ 

ଆଜି ଶ୍ୱତଃ ମଳିନ ପଡ଼ିଯାଇଛି 

ଏମିତି କି ଜ୍ୟେଷ୍ଟ ମାସର ଖରା ଝାଞ୍ଜି ମଧ୍ୟ 

ଏଥିରୁ ଖସି ପାରିନାହିଁ

ସମାନ ଅବସ୍ଥା ଭୋଗୁଛନ୍ତି


ପରନ୍ତୁ ସମୟ ଆସିଛି

ଜଣେ ନିର୍ଭୀକ ଯୋଦ୍ଧା ଭାବେ

ଏକାନ୍ତରେ ବାସକରି 

ଈଶ୍ୱରଙ୍କ ନିକଟରେ ସମର୍ପିତ ହେବାର ......!!


Rate this content
Log in