STORYMIRROR

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ସଙ୍ଗିନୀ

ସଙ୍ଗିନୀ

1 min
13.6K


ତୁମେ ଅଳଙ୍କାର ସୁରିଲା ଝଙ୍କାର

ସଦା ଉଜ୍ଜୀବିତ ମନେ ,

କ୍ଷଣେ ଚାହିଁଦିଅ ବାରେ କହିଦିଅ

ନୂଆ ଶିହରଣ ମାନେ ।

ଭୃଲତା କୁଞ୍ଚନ ଇଙ୍ଗିତ ସିଞ୍ଚନ

ଆସେ ତାର ସନ୍ନିକଟ ,

ଶୁଖିଲା ପ୍ରହର ପ୍ରଭାବ ଯାହାର

ଖୋଲିଦିଏ ପ୍ରୀତି ବାଟ ।

ଘୋଡାଇ ପଣତ ବିଛାଇ ଅୟୁତ

ସେନେହ ବୁଣା ଚାଦର ,

ଶୀତଳ ପରଶ ଅନ୍ତରେ ହରଷ

ପ୍ରମାଣ ରଖ ପାଦ'ର ।

ତୁମ ଆଗମନେ କୋଇଲିର ତାନେ

ହେଇଗଲି କୃତ୍ୟ କୃତ୍ୟ ,

ଚଖାଇଲ ଶିରା ଗୋପୀନାଥ ଖିରା

ବନିଗଲି ତୁମ ଭୃତ୍ୟ ।


Rate this content
Log in