STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

4  

ନାୟକ ଅକ୍ଷୟ ରାଜହସ୍ତୀ

Others

ସଙ୍ଗିନୀ

ସଙ୍ଗିନୀ

1 min
413

ମୁଁ ଏମିତି ଏକ ପ୍ରତ୍ୟୟ

ଯା ପାଇଁ ତମେ ଭାବ ମୟ

ଏମିତି କାହିଁକି ଯେ

ମୋ କୁଆଁରୀପଣର ପୁଣ୍ଯ ରଙ୍ଗ ତ ଏମିତି

ଆଉ କେଉଁ ରଙ୍ଗେ ରଙ୍ଗାଇବି କେମିତି??

ଏନ୍ତୁଡ଼ି ଠୁ ମଶାଣି

କୁଆଁ ଠୁ ଭୁଆଁ

ଯେତେ ସ୍ୱାଦ ସେତେ ଭେଦ

ସବୁ କନ୍ଦର ସବୁ ମନ୍ଦିରରେ

ମୋ ରଙ୍ଗ ରାଗ ପରାଗ

ମୋ ସପନ ଲେପନ ବିପଣନ

ସେଇଥି ପାଇଁ ତ ଦୁନିଆଁ ମୋ ନାଆଁରେ

କେତେ ଟୁପୁରୁ ଟାପୁରୁ କଥା କହେ

କଥା ରହି ଯାଏ କାଳ କାଳକୁ

ମୁଁ ରଙ୍ଗ ନୂହେଁ କି ମୋ ସଙ୍ଗ କେହି ନୁହଁ

ଦେଖି ସହି ପାରେନା

ଆପଣା ଲୋକ ସମ୍ପର୍କ ରେ ଫାଟ ସୃଷ୍ଟି କଲେ

କାହାକୁ କହିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍