STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସଙ୍ଗୀତ

ସଙ୍ଗୀତ

1 min
272


ସୁଲଳୀତ ସ୍ଵର କର୍ଣ୍ଣକୁ ମଧୁର

ବାଦ୍ୟ ଯନ୍ତ୍ର ତାଳେତାଳେ

ସଙ୍ଗୀତ ଶ୍ରବଣେ ମନ୍ତ୍ର ମୁଗ୍ଧ ପ୍ରାଣେ

ପ୍ରେମର ପ୍ରଦୀପ ଜଳେ  ।।


ସଙ୍ଗୀତ ସରସ ସୁନ୍ଦର କରଇ

ଏ‌ ସାରା ଜନ ଜଗତ

ମନ ଟାଣିହୁଏ କାନରେ ବାଜିଲେ

ରସମୟ ମଧୁ ଗୀତ  ।।


ଦୀପକ୍ ସଙ୍ଗୀତ ସୁରେ ତାନସେନ

ନିର୍ବାପିତ ଦୀପଜାଳି

ଶକ୍ତି ର ଉତ୍ସ ସଙ୍ଗୀତ ସୁରରେ

କେମିତି ରହିଛି ଭରି ।।


ଜନ ମାନସରେ ଉସ୍ଥାପିତ କଲେ

ସଙ୍ଗୀତର ସୁର,ତାଳ

ସଙ୍ଗୀତ ସୁରରେ ବିନା ମେଘେ ଝରେ

ଆକାଶରୁ ବର୍ଷାଜଳ ।।


କେତେଯେ ପୁରୁଣା ଯୁଗରୁ ସଙ୍ଗୀତ

ସମାଜେ ଆଦୃତ ହୋଇ

ରହିଅଛି ଥିବ ଏ ଗନ୍ଧର୍ବ ବିଦ୍ୟା

ଯୁଗ ଯୁଗାନ୍ତର ପାଇଁ ।।


ସରସ୍ଵତୀଙ୍କର ଏ ଏକ ଅନନ୍ୟ

ଅନବଦ୍ୟ କଳା କୃତ୍ତି

ତେଣୁ ମହାଦେବୀ ହସ୍ତେ ଶ୍ଵେତବୀଣା

ଦେଖ ଶୋଭା ପାଉଅଛି ।।


ସଙ୍ଗୀତ ର ସୁର ମନ୍ତ୍ର ମୁଗ୍ଧ କରେ

ଆରୋଗ୍ୟ ହୁଅଇ ରୋଗୀ

ସଭାରେ ପଣ୍ଡିତ ପଥେ ଗାଏ ପାନ୍ଥ

ନୃତ୍ୟେ ଗୀତ ଶୁଣେ ଭୋଗୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍