STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ସଙ୍ଗୀନ ଭବିଷ୍ଯତ

ସଙ୍ଗୀନ ଭବିଷ୍ଯତ

1 min
282


ସଂଗୀନ ଭବିଷ୍ଯତ 

ଯେତେ ସବୁ ଭ୍ରଷ୍ଟାଚାର 

ଅନ୍ୟାୟ ଅତ୍ୟାଚାର 

ପ୍ରବଳ ସ୍ରୋତରେ ପ୍ରବାହିତ  ।


କନ୍ଯା ଭ୍ରୂଣହତ୍ୟା,ଛୋଟ ପରିବାର 

ବଳକା ଯାହା ବଳାତ୍କାର 

ଜନସଂଖ୍ୟା ହ୍ରାସ ହୁଏ 

ଶିକ୍ଷିତ ବର୍ଗର ।


ବହୁ ସନ୍ତାନ ଜନକ

ଅଶିକ୍ଷିତ ଙ୍କ ପ୍ରବୃତ୍ତି

ଓ ଗତି ତାଙ୍କର ଦୁର୍ବାର ।

ମାତ୍ରାଧିକ ଅଭାବୀ ସନ୍ତାନ ପ୍ରସାର


ଶିକ୍ଷା ବିନା ଦାନବ ପ୍ରକୃତି

କରନ୍ତି କାୟା ବିସ୍ତାର ,।

ଗନ୍ଧ ବିନା ଯେମିତି ଚନ୍ଦନ

ମଳୟ ବିନା ଯେମିତି ପବନ,


ଦୈନ୍ୟ ଯାତନା ସହ ପାଷାଣ୍ଡ 

ସେମିତି ଦଣ୍ଡ ମାରନ୍ତି 

ହୋଇ ସଂସ୍କାର ହୀନ ।


ଏକ ପକ୍ଷେ ସୁଖଦ ଭବିଷ୍ଯତ ଲାଗି 

 ଅହେତୁକ ସଚେତନ 

ଅନ୍ୟପକ୍ଷେ ଶିକ୍ଷା ଦୀକ୍ଷା ଅଭାବେ

ବିହାର କରନ୍ତି ହୋଇ ଦିଶାହୀନ ।


ଲୁଣ୍ଠନ ହତ୍ଯା ଶୋଷଣ ଧର୍ଷଣ 

ହେଲାଣି ମୁଖ୍ଯ ଆକର୍ଷଣ 

ନିଶା ପଶା ଯୋଷାରେ 

ସବୁ ଦିଅନ୍ତି ଧ୍ୟାନ ।


"ଜଳ ଗହଳେ ସୃଷ୍ଟି ନାଶ

ଜଳ ବିହୁନେ ସୃଷ୍ଟି ନାଶ" ନ୍ୟାୟରେ

 ଅର୍ଥ ସ୍ବଭାବେ ଧର୍ମ ନଷ୍ଟ 

ଅର୍ଥାଭାବେ ସ୍ବଭାବ ନଷ୍ଟ ଧର୍ମରେ


ଉଭୟଙ୍କ ସନ୍ତାନ 

ହୁଅନ୍ତି ଅପରାଧ ପ୍ରବଣ ।

କେବଳ ନୁହେଁ ପରିବାର ନିୟନ୍ତ୍ରଣ 

ଶିକ୍ଷା ସଂସ୍କାର ସହ

ଥିଲା ବାଲା ନଥିଲା ବାଲା

ହେଲେ ସଚେତନ ,

ଉତ୍କର୍ଷ ଚରିତ୍ର ଗଠନ ସହ

ଭବିଷ୍ଯତେ ଉଡିବ ସଭ୍ୟତା କେତନ  ।

             


Rate this content
Log in