ସଙ୍ଘର୍ଷ
ସଙ୍ଘର୍ଷ
1 min
799
ଜୀବନଟା ଗୋଟେ ସଙ୍ଘର୍ଷର ପଥ
ବାଟତ ଅନେକ ଦୂର
ଚାଲିବାକୁ ହେବ ଲମ୍ବା ରାସ୍ତା ଦେଇ
ଆସୁ ଅବା ଯେତେ ଝଡ଼ ।
ଝଡ଼କୁ ଦେଖି ଯେ ଯିବା ନାହିଁ ଡରି
କରିବା ଆମେ ସଙ୍ଘର୍ଷ
ତେବେଟି ଆମରି ହାତେ ସଫଳତା
ବଞ୍ଚିବା ହେବ ସରସ ।
ଜୀବନଟା ଯଦି ବହିଟିଏ ହୁଏ
ସଙ୍ଘର୍ଷଟି ଅଟେ ପୃଷ୍ଠା
ଜୀବନ ସାଥିରେ ସଙ୍ଘର୍ଷଟି ପୁଣି
ଯୋଡ଼ି ଦେଇଛନ୍ତି ସ୍ରଷ୍ଟା ।
ସଙ୍ଘର୍ଷ ପାଇଁକି ଡରି ଯାଏ ଯିଏ
ଜୀବନତା ହୁଏ ନଷ୍ଟ
ସଙ୍ଘର୍ଷର କଥା କବିତା ମାଧ୍ଯମେ
ବୁଝାଇ କହିଲି ସ୍ପଷ୍ଟ ।
