ସ୍ନେହ ମମତାର ଡୋରି ରାକ୍ଷୀ
ସ୍ନେହ ମମତାର ଡୋରି ରାକ୍ଷୀ
ଭାଇ ଭଉଣୀର ଅତୁଟ ସମ୍ପର୍କ
ଯୁଗେ ଯୁଗେ ରହିଥାଏ
ସେହ୍ନ ବନ୍ଧନରେ ଏ ଜୀବନ ଛନ୍ଦା
ସର୍ବଦା ଅତୁଟ ଥାଏ ||
ଗୋଟିଏ ମାଳିରେ ଗୁନ୍ଥା ଅଛୁ ଆମେ
ଗୋଟିଏ ଠିକଣା ଦ୍ୱାରେ
ଭାଇ ମୋର ପ୍ରାଣ ଭାଇ ମୋ ଜୀବନ
ମଧୁର ମୂର୍ଚ୍ଛନା ସ୍ଵରେ ||
ରାକ୍ଷୀ ନୁହେଁ ସେତ ରେଶମ ଡୋର
ସାହସର ପ୍ରତୀକ ଟିଏ
ସବୁ ବିପଦକୁ ଏଡେଇ ଦିଏ ସେ
ପବିତ୍ର ବନ୍ଧନ ଟିଏ ||
ଭଉଣୀ ମନରେ କେତେ ଯେ ଉଲ୍ଲାସ
ରାକ୍ଷୀ ଧରି ବସି ଥାଏ
ଚନ୍ଦନ, କୁକୁମ ଓ ସାଥେ ସିନ୍ଦୂର
ଥାଳିକୁ ସଜାଡି ଥାଏ ||
ଲୋଡ଼ା ନୁହେଁ ତାର ଦାମୀ ଉପହାର
ଲୋଡ଼ା ଖାଲି ଟିକେ ସ୍ନେହ
ଭାଇ ତାର ସାହା ଭାଇ ହିଁ ଭରଷା
ଭାଇ ହିଁ ରକ୍ଷା କବଚ ||