ସନ୍ଦେହୀ ପ୍ରିୟତମା
ସନ୍ଦେହୀ ପ୍ରିୟତମା
ବୁଝେନାହିଁ କିଛି ଭାରି ସେ ଅବୁଝା
ସନ୍ଦେହୀ ମୋ ପ୍ରିୟତମା
ଅଳପ କଥାରେ ରାଗି ଯାଏ ଭାରି
କଥା କୁହେ ନାହିଁ ଜମା
ମୋବାଇଲ ମୋର ବଡ ଶତୃ ତାର
ଦେଖିବାକୁ କରେ ଅଳି
ନାହିଁ ଯଦି କଲି ତାହେଲେ ସରିଲା
ଲାଗିଗଲା ଘରେ କଳି
ରାଗରେ କରେସେ କେତେ ଅଭିଯୋଗ
ହେଉଥାଏ ଗୁଣୁଗୁଣୁ
ଯାହା ମୋତେ କହେ ତାହାମୁଁ ଲେଖୁଛି
ତାର କଥା ଶୁଣୁଶୁଣୁ
ମୁଁ କରୁଛି କାଳେ ପ୍ରେମ କାହା ସଙ୍ଗେ
ତାସଙ୍ଗେ ଛଳନା କରି
ବାହାନା ମୁଁ କରେ ଆଜିକାଲି ବେଶୀ
ସନ୍ଦେହ ତାହୁଏ ଭାରି
ନିତି ଗପ କରେ ମହିଳାଙ୍କ ସଙ୍ଗେ
ହ୍ବାଟସପ୍ ମେସେନ୍ଜରେ
କିଏ ବୋଲି ଯଦି ପଚାରି ଦିଏ ସେ
ହୁଏ ଗରଗର ତାରେ
ଝିଅଙ୍କ ନାମକୁ ପୁଅଙ୍କ ନାମରେ
ଲେଖିଛି ମୋବାଇଲରେ
ଲୁଚି ଲୁଚି ମୁହିଁ ତାଙ୍କୁ ଫୋନ କରେ
ସନ୍ଦେହ ତାର ମନରେ
ଅଭିଯୋଗ ତାର କେତେ ଯେ କେଜାଣି
ଗଣିବି ଗଣି ପାରେନି
ମୁଁ ରାଗିଗଲେ ଲୁହ ତାର ଝରେ
ଜମା ମୁଁ ସହି ପାରେନି
ଯେତେ ରାଗିଲେବି ତା ପାଖରୁ ମୋତେ
ଟିକିଏ କରେନି ଦୂର
ସନ୍ଦେହୀ ହେଲେବି ସବୁଠୁ ସୁନ୍ଦର
ପ୍ରିୟତମା ସିଏ ମୋର
ଅରୁଣା କର
02:10:18
ଭୁବନେଶ୍ବର
