STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସନ୍ଦେହ

ସନ୍ଦେହ

1 min
149

ଅନେକ ଦିନରୁ ଉଙ୍କିମାରେ ମନେ

ଅନେକ ଗୁମର କଥା

ତୁମେ ସତେ କେବେ ସ୍ଥମ୍ଭରୁ ବାହାରି 

ପ୍ରଲ୍ହାଦେ ଦେଇଛ ଦେଖା ।।


ସତେ ସୀତା ପାଇଁ

କପିବଳ ନେଇ ସାଗରେ ବାନ୍ଧିଲ

ସତେ କ'ଣ ତୁମେ ବ୍ରହ୍ମଶରେ ବଦ୍ଧ

କରିଥିଲ ଦଶମାଥ  ।।


ସତେ କଣ ତୁମେ ସୁଦାମା ବ୍ରାହ୍ମଣ

ଖୁଦଭୁଜା ଖାଇ ତାକୁ

ଅଶେଷ ସଂପଦ ଦେଇ ଦେଲ ତାର

ଦୁଃଖ ଦୂର କରିବାକୁ  ।।


ସତେ କଣ ତୁମେ ମୀନ ରୂପ ଧରି 

ମାରିଥିଲ ଶଂଖାସୁର

ପଥରେ ପଥର ଅହଲ୍ୟା ମୁକତି

ବାଜିବାରୁ ଶ୍ରୀପୟର  ।।


ଦ୍ଵାପରେ ଦ୍ରୌପଦୀ ବିକଳେ ବିଳପେ

କୁରୁ ରାଜସଭା ତଳେ

ସତେକି ଆପଣ ଲଜ୍ୟା ନିବାରଣ

କରି ଲଜ୍ୟା ନିବାରିଲେ  ।।


ଆଜିତ ଦୁର୍ଦ୍ଦିନ ଧରଣୀ ଉଚ୍ଛନ୍ନ

କାହିଁ ତୁମ ସେହି ରୂପ

ଜୀବନ ବିପନ୍ନ ହୁଏ ଭଗବାନ

ଅଦିନେ ଲିଭଇ ଦୀପ  ।।


ଉତ୍କଟ ହେଲାଣି ସଙ୍କଟ ବିକଟ

ଚିତ୍ର ବଡ ଭୟଙ୍କର

ଏହି ଅବେଳରେ ଦେଖାଦେଇ ବାରେ

ମୋ ସନ୍ଦେହ କର ସେ ଦୂର ।।



Rate this content
Log in