STORYMIRROR

Ajit Kumar Raut

Others

4  

Ajit Kumar Raut

Others

ସନାତନୀ ସାଂସ୍କୃତିକ ପାର୍ବଣ

ସନାତନୀ ସାଂସ୍କୃତିକ ପାର୍ବଣ

1 min
538

ମାସ ନଭେମ୍ବର ପବିତ୍ର ପାର୍ବଣ 

ପ୍ରତି ବର୍ଷ ଭାରତରେ

ଧନତରେସ୍ ଓ କାଳୀପୂଜା ହୁଏ

ଦୀପାବଳି ବି ଖୁସିରେ ।


କାର୍ତ୍ତିକ ମାସର ଅମାବାସ୍ୟା ତିଥି

ଦୀପାବଳୀର ପାର୍ବଣ

ଦୀପର ଆଲୋକେ ସୁସଜ୍ଜିତ ଭୂମି

ଉତ୍ସବର ହିଁ ପାର୍ବଣ।


ସବୁଜର ବାଣ ସ୍ୱଦେଶୀ ନିର୍ମିତ

ଫୁଟୁ ଥିବ ଘନଘନ

ସ୍ୱଦେଶୀ ନିର୍ମିତ ମାଟିର ଦୀପକୁ 

ଜାଳିବେ ନିଜ ଭୁବନ।


ଅନ୍ଧକାରୁ ଏହୁ ପ୍ରକାଶର ପର୍ବ

ଆଧ୍ୟାତ୍ମିକ ରୂପେ ଏହୁ

ବିଜୟର ପର୍ବ ଦେଶବାସୀଙ୍କର

ରାବଣ ମରଣେ ଏହୁ।


ରାବଣ ମାରିଣ ପ୍ରଭୁ ରାମଚନ୍ଦ୍ର 

ଅଯୋଧ୍ୟାରେ ଆଗମନ

ତାଙ୍କ ଆଗମନେ ସମ୍ପୂର୍ଣ୍ଣ ଭାରତେ

ଦୀପ ଜାଳି ଥିଲେ ଜନ।


ଭାଇ ଭାର୍ଯ୍ୟା ସଙ୍ଗେ କପିଦଳ ଘେନି

ପୁଷ୍ପକ ବିମନେ ଚଢ଼ି

ଆସିଲେ ଅଯୋଧ୍ୟା ଘେନି ବିଭୀଷଣେ

ଦେବଙ୍କ ରଥରେ ଚଢ଼ି।


ସୁସଜ୍ଜିତ ପୁଣି ଅଯୋଧ୍ୟା ନଗରୀ 

ଦୀପ ଜଳେ ଚତୁଃପାର୍ଶ୍ୱେ

ନାହିଁ ପଟାନ୍ତର ଦେବ ପୁରୀ ତହିଁ

ଅଯୋଧ୍ୟା ନଗରୀ ଦୃଶ୍ୟେ। 


ଅଯୋଧ୍ୟା ନଗରୀ ଜନ୍ମଭୂମି ତାଙ୍କ 

କର୍ମଭୂମି ମଧ୍ୟ ତାଙ୍କ

ଜଗତ ଠାକୁର ପ୍ରଭୁ ନିରାକର 

ଜଗତ ଭିଅଣ ତାଙ୍କ।


ପୌରାଣିକ ପର୍ବ ଦୀପାବଳି 

ଅଟେ ରାମଙ୍କ ସ୍ୱାଗତ ପର୍ବ

ବିଜୟୀର ପର୍ବ ଆଲୋକର ପର୍ବ

ପ୍ରଭୁ ସ୍ୱାଗତର ପର୍ବ।


ବାର ଲକ୍ଷ ଦୀପେ ସୁସଜ୍ଜିତ ହେବ

ପବିତ୍ର ଅଯୋଧ୍ୟା ଭୂମି

ଦୀପର ଆଲୋକେ ସୁସଜ୍ଜିତ ପୁଣି

ହେବଟି ଭାରତ ଭୂମି।


ରାମ ନାମ ଶବ୍ଦେ ଗୁଞ୍ଜିବ ଧରଣୀ 

ଦୀପ ଜଳୁ ଥିବ ତହିଁ

ଶଙ୍ଖନାଦେ ପୁଣି ଧରଣୀ କମ୍ପିବ

ହୁଳହୁଳି ଶବ୍ଦ ଯହିଁ।


ଘରେ ହେଉ ଥିବ ଲକ୍ଷ୍ମୀଙ୍କର ପୂଜା

ଗୃହ ସୁଖ ଶାନ୍ତି ପାଇଁ,

ସୀତେ ଠାକୁରାଣୀ ଲକ୍ଷ୍ମୀ ରୂପା ସେହୁ

ପୂଜନ ମାତାଙ୍କ ପାଇଁ।



Rate this content
Log in