ସ୍ନାନପୁର୍ଣିମାରେ ପ୍ରଭୁ
ସ୍ନାନପୁର୍ଣିମାରେ ପ୍ରଭୁ


ରତ୍ନ ବେଦୀ ଛାଡି ଆସିଅଛ ପ୍ରଭୁ ସ୍ନାନ ମଣ୍ଡପ କୁ
ସୁନା କୂଅ ରୁ ଉଠିବ ଜଳ
ସେ ଜଳ ଲାଗି ହେବ ପ୍ରଭୁ ଙ୍କ ଶ୍ରୀ ପୟର
ଜ୍ୟେଷ୍ଠ ପୂର୍ଣ୍ଣିମା ରେ ଜ୍ୟେଷ୍ଠ ସ୍ନାନ
ଦେଖି ଆନନ୍ଦ ଭକ୍ତ ଆଉ ଭଗବାନ
ଲୁହରେ ଭିଜୁଛି ଆଖି
ଜଗତ କହୁଛି ହେ କଳା ଠାକୁର
ତୁମ ସ୍ନାନ ଜଳ ରେ ଭିଯାଇ ନିଅ
ଏ ମହା ମାରି ର ଆତଙ୍କ
ଘୁଞ୍ଚି ଯାଉ ଦୁଃଖ
ଆହେ ଦୁଃଖ ନାଶନ
ଶ୍ରୀକ୍ଷେତ୍ର ର ଶିରି ଆଜି ଦେଖିବାକୁ ମନ
କେବେ ଡୋର ଲଗେଇବ ହେ ଚକା ନୟନ
ଗୋପରେ ଲୀଳା ସବୁ ପୁରାଣ କୁହେ
ପୁରୀ ଧାମେ ବିରାଜିଛ ଭାବଗ୍ରାହୀ ଆହେ।
ଆଜି ଯେବେ ଜଗତ କୁ ବିପତ୍ତି ପଡିଛି
ଭକ୍ତ ଆଜି ତୁମ୍ଭ ପାଶେ ଗୁହାରି ଜଣାଉଛି
ରତ୍ନ ସିଂହସନେ ପ୍ରଭୁ ପାରି ହୋଇ ଆସ
ସବୁ କିଛି ତୁମ ଇଚ୍ଛା ଜାଣେ ଏ ଜଗତ
ଶ୍ରୀକ୍ଷେତ୍ର ର ଶୋଭା ପ୍ରଭୁ ତୁମ ଠାରେ ଦିଶେ
ବଡ଼ଦାଣ୍ଡେ ରଥ ଟଣାଭକ୍ତ ଚାହିଁ ବସେ
ଘଣ୍ଟ ଘଣ୍ଟା କର ତାଳି ଚତୁର୍ଦିଗ ଶୋଭେ
ପହଣ୍ଡି ବିଜେ କୁ ଟାହିଆ ସାଜେ
ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ଯାଏ
ନବ ଦିନ ଧରିଏ ଯାତ୍ରା ଲାଗିରହିଥାଏ
ବଡ଼ଦାଣ୍ଡେ ରଥ ଗଡେ ମାଉସୀ ଘରକୁ
ଭକ୍ତ ଚାହିଁ ରହିଥାଏ ସେ ଅପୂର୍ବ ବେଶ କୁ